ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହତାବ ଭବନଠାରେ ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଭାବେ ରାଜ୍ଯସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ୍ ଓ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ  ଶ୍ରୀ ଆଚାର୍ଯ୍ଯ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରବୀନ୍ଦ୍ରନାଥ ମାର୍ଣ୍ଡି ପ୍ରମୁଖ ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମରେ ବାମନଘାଟି ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ କହିଛନ୍ତି ଆଜିଠାରୁ ଶରିରର ସମସ୍ତ ପରୀକ୍ଷା ସମସ୍ତେ କରିବା କାରଣ ଏହି ଅଭିଯାନ ବିଶ୍ୱ ପ୍ରସିଦ୍ଧ ରାଜନେତା ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନଠାରୁ ଆରମ୍ଭ ହୋଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ ଉପଲବ୍ଧ ହେବ ତାପରେ ନିରନ୍ତର ଏହି ସେବା ଲୋକେ ନେଇ ପାରିବେ ତେଣୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଶରୀର ପରୀକ୍ଷା କରି ସୁସ୍ଥ ରହିବ ବୋଲି  କହିଥିଲେ।

ମୁଖ୍ଯଅତିଥି ଭାବେ ଲୋକସଭା ସାଂସଦ ନବ ଚରଣ ମାଝୀ ସମସ୍ତ ଉପସ୍ଥିତ ଜନସାଧାରଣକୁ ସୁସ୍ଥ ରୁହନ୍ତୁ ଆପଣ ମାନେ ସୁସ୍ଥ ରହିଲେ ଏ ଦେଶ ସୁସ୍ଥ ରହିବ ଦେଶ ପ୍ରଗତି ଆଗକୁ ଯିବ ଓ ଏକ ସୁସ୍ଥ ଭାରତ ନିର୍ମାଣ ହୋଇପାରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଇ ନାରୀ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ ବୋଲି ଉଦବୋଧନ ଦେଇଥିବା ବେଳେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ କହିଛନ୍ତି ଏହି ଯୋଜନାର ଲାଭ  ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଆଶା ଦିଦି,ଅଙ୍ଗନବାଡି କର୍ମୀଙ୍କ ମୁଖ୍ୟ ଭୂମିକା ରହିଥିବାରୁ ସେମାନଙ୍କୁ ଉତ୍ସାହିତ କରିଥିଲେ। ତେବେ  କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରପରିଷଦ ଲର ସହସ୍ରାଧିକ ଅଞ୍ଚଳବାସୀ ଯୋଗଦାନ କରିଥିଲେ। ତେବେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବିଭାଗର କର୍ମଚାରୀମାନେ ଉପସ୍ଥିତ ପରିଲକ୍ଷିତ ହୋଇଥିଲା।

rairangpur