ଭଉଣୀଙ୍କୁ ଖରାପ ଭାଷାରେ ଗାଳି ଦେବାକୁ ବିରୋଧ କରିବାରୁ ସିପାହୀଙ୍କୁ ନିସ୍ତୁକ ମାଡ଼, ହସ୍ପିଟାଲରେ ଭର୍ତ୍ତି

ବାରିପଦା: ଚା’ ଦୋକାନ କରି ପେଟ ପୋଷୁଥିବା ଭଉଣୀକୁ ଜଣେ ପୁଲିସ ଅଧିକାରୀ ଅସଦାଚରଣ କରିବାକୁ ବିରୋଧ କରିବାରୁ ଶନିବାର ଜଣେ ସିପାହୀଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡ଼ିଛି। ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଲକ୍ଷ୍ମୀପୋଷି ଠାରେ ଥିବା ୫ ନମ୍ବର ବାଟାଲିଅନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ସିପାହୀ କାହ୍ନଚରଣ କିସ୍କ୍‌ୁଙ୍କ ଭଉଣୀ ବାଟାଲିଅନ ନିକଟରେ ଏକ ଚା’ ଦୋକାନ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନେପାଳି ଅଧିକାରୀ ଡି.ବି. ଭଟ୍ଟରାୟ ଚା’ ପିଇବାକୁ କାଳୀଚରଣଙ୍କ ଭଉଣୀଙ୍କ ଦୋକାନକୁ ଯାଇଥିଲେ। ସେ ଚା’ ବିକୁଥିବା ଯୁବତୀଙ୍କୁ ଖରାପ ଭାଷାରେ କହିବାରୁ କାଳୀଚରଣ ଏହାକୁ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଧସ୍ତାଧସ୍ତି ହୋଇଥିଲା। ପରେ ଅଧିକାରୀ ଜଣକ ଥାନାକୁ ଡାକି ନେଇ ଅଭିଯୋଗ କରିଥିଲେ। କାଳୀଚରଣଙ୍କୁ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଗୌରାଙ୍ଗ ସାହୁ ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ପରେ ତାଙ୍କୁ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର