ରାଇରଙ୍ଗପୁର: ଚଳିତ ବର୍ଷର ମେଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଗତକାଲିଠାରୁ ଆରମ୍ଭ ହୋଇଛି। ତେବେ ରାଇରଙ୍ଗପୁର ଅଂଚଳରେ ସନ୍ଧ୍ୟା ସମୟରେ ଘନଘନ ବିଦ୍ୟୁତ୍ କାଟ୍ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ୍ ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ପାଠ ପଢି ପାରୁନାହାନ୍ତି, ଯାହାଫଳରେ ପରୀକ୍ଷାରେ ଭଲ ଭାବରେ ଲେଖି ପାରୁନାହାନ୍ତି । ଏହା ବ୍ୟତୀତ ଏବେ ଅତ୍ୟଧିକ ଗୁଳୁଗୁଳି ହେଉଥିବାରୁ ବିଦ୍ୟୁତ୍ କାଟ୍ ହେଲେ ଅଂଚଳବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବ ବୋଲି ବିଦ୍ୟୁତ୍ ବିଭାଗ ସୂଚନା ପ୍ରଦାନ କରିଛି। ଏନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ସପ୍ଲିମେଣ୍ଟାରି ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ୍ ନେଇ ଅସନ୍ତୋଷ
/sambad/media/post_attachments/wp-content/uploads/2023/06/jpr-powercut-1.jpg)
/sambad/media/agency_attachments/2024-07-24t043029592z-sambad-original.webp)