ଯଶିପୁର: ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚିଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି ଆଜି ଶିମିଳିପାଳ ବୁଲିଛନ୍ତି। କାଳିଆମୀ ଗେଟ୍ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିଛନ୍ତି। ସେଠାରେ ଶ୍ରୀମତୀ ମୁର୍ମୁ ୨ ଘଣ୍ଟା ମଧ୍ୟରେ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଏବଂ ଚହଲା ପ୍ରକୃତି ନିବାସ ପରିଦର୍ଶନ କରିବେ। ଅଭୟାରଣ୍ୟ ଭିତରେ ମଧ୍ୟାହ୍ନଭୋଜନ କରିବାର ବ୍ୟବସ୍ଥା ହୋଇଛି।
/sambad/media/post_attachments/wp-content/uploads/2023/05/4ce47795-97e9-46b4-8c16-9e8c8f315895-1024x588.jpg)
ଏହି ସମୟରେ ସତେଯେମିତି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ଯଶିପୁର-ଶିମିଳିପାଳ ମୁଖ୍ୟ ରାସ୍ତାରେ ୩ ଶହ ବର୍ଷ ଧରି ଦଣ୍ଡାୟମାନ ମହାବୃକ୍ଷ ଶlଳ ଓ ମହାବୃକ୍ଷ ଚମ୍ପା। ସେହିପରି ପୈତୃକ ଗ୍ରାମ ଉପରବେଡ଼ା ରାସ୍ତାରେ ରାଷ୍ଟ୍ରପତିଙ୍କ ଦର୍ଶନ କରିବା ପରେ ୨୨ ବର୍ଷ ପୁରୁଣା ଏକ କଦମ୍ବ ଗଛର ସତେଯେମିତି ଅପେକ୍ଷାର ଅନ୍ତ ଘଟିଛି। ଗଛଟିକୁ ୨୦୦୦ ମସିହାରେ କାହ୍ନୁ ନଦୀର ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ ବେଳେ ତତ୍କାଳୀନ ରାଇରଙ୍ଗପୁର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀମତୀ ମୁର୍ମୁ ଲଗାଇଥିଲେ। ସେହି କଦମ୍ବ ଗଛଟି ଏଇଭିତରେ ବାରମ୍ବାର ପୁଷ୍ପବତୀ ହୋଇଛି। ସେହି ଗଛଟି ଅନୁଶୋଚନା କରୁଥିବ, ସେ ଫୁଟାଉଥିବା ଫୁଲର ସୁଗନ୍ଧ ନାହିଁ। ହେଲେ ତା’ର ଅନୁଶୋଚନା ଆଉ ରହି ନାହିଁ। କାରଣ ତାକୁ ଯିଏ ଲଗାଇଥିଲେ, ସେ ଏବେ ମଲ୍ଲୀ, କେତକୀ, ରଜନୀଗନ୍ଧା ଫୁଲ ପରି ନିଜର ସୁଗୁଣ, ଦାୟିତ୍ବବୋଧ ଓ କର୍ତ୍ତବ୍ୟର ସୁଗନ୍ଧ ସାରା ବିଶ୍ବକୁ ବ୍ୟାପ୍ତ କରିଚାଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/1210a866-d60e-406c-b40a-070d3a4d3648.jpg)