ରାଇରଙ୍ଗପୁର /ବାଦାମପାହାଡ: ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ଠାରେ ଆମ ଦେଶର ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶଶୁର ଘର। ସେ ରାଷ୍ଟ୍ରପତି ହେବା ପରେ ସେହି ଗ୍ରାମରେ
ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହୋଇଆସୁଛି। ତେବେ ଗ୍ରାମରେ ଏଲଆଣ୍ଡଟି ପକ୍ଷରୁ ବେକାର ଯୁବକ ଯୁବତୀମାନଙ୍କ ନିମନ୍ତେ ଏଲଆଣ୍ଡଟି ହବ୍ ସ୍ଥାପିତ କରାଯାଇଛି । ସେଥିରେ ଶତାଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି।
ଏଲଆଣ୍ଡଟି ହବ୍ ସ୍ଥାପିତ ହେବାର ପ୍ରାୟ ଏକ ବର୍ଷ ପରେ ଏସଏଲଏସ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁ ଆଜି ହଠାତ୍ ଏଲଆଣ୍ଡଟି ହବ୍ କେନ୍ଦ୍ର ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀମାନେ କେମିତି ତାଲିମ ନେଉଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ । ଇତିଶ୍ରୀ ମୁର୍ମୁଙ୍କ ସହିତ ଏସଏଲଏସ ଟ୍ରଷ୍ଟର ବ୍ରାଣ୍ଡ ଉପ ସଭାପତି ମୁନ୍ନା ପ୍ରତିହାରୀ,ଏସଏଲଏସ ସଂଯୋଜକ ସୁବୋଧ କୁମାର,ଏଲଆଣ୍ଡଟି ହବ୍ ର ଉପଦେଷ୍ଟା ନିରଞ୍ଜନ ମିଶ୍ର,ଏଲ୍ ଏଣ୍ଡ ଟି ହବ୍ ର ଅଧ୍ୟକ୍ଷ ସଞ୍ଜୟ ମାନସିଂ, ସୁବଧ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/16/a3c8b3c3-f356-47e4-ac00-514eea9587bd-2025-07-16-19-55-35.jpg)