ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା  ବାମନଘାଟୀ ଉପଖଣ୍ଡର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଜିଲ୍ଲା କାର୍ଯ୍ଯାଳୟ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଦାବି ଗୁଡିକ ହେଲା ରାଇରଙ୍ଗପୁର ତହସିଲର ରାଇରଙ୍ଗପୁର ପୌରପିଷଦ ମଧ୍ଯରେ ଥିବା ବିଭିନ୍ନ ମୌଜା ଯଥା ଅଳାଁଡୁବା, ଠାକୁରାଣୀବେଡା, କୁଚେଇବୁଢୀ ଏବଂ ଜାମଦା ତହସିଲର ବିଭିନ୍ନ ମୌଜା ଯଥା ଜାମଦା,ହେସେଲପଟା, ରୁମାପାହାଡି,ବେଲପୋଷି ଓ ଆମଦାବେଡା ଏବଂ କୁସୁମୀ ତହସିଲ ଅଧିନସ୍ଥ ମହୁଲଡିହା ମୌଜାର ଶ୍ରୀରଘୁନାଥ ଜୀଉଙ୍କ ମଠ ଅଳାଁଡୁବା, ରାଇରଙ୍ଗପୁର ନାମରେ ଥିବା ବହୁ ମୂଲ୍ଯବାନ ଜମିଜମା ସମ୍ପତ୍ତି ସୁରକ୍ଷା ସହିତ ଜବରଦଖଲକାରୀଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ |

Advertisment

ବାଙ୍କବଳ ଜମି ପ୍ରୋଜେକ୍ଟ ଓ କେନାଲ କଣ୍ଟାବଣୀ, ଦାଣ୍ଡବୋଷ ଓ ଆନନ୍ଦପୁର ନିର୍ମିତ ହୋଇଥିଲେ ହେଁ ଚାଷୀମାନଙ୍କୁ କରକୁ ଫେରସ୍ଥ କରାଯାଉ ଭଳି ଦାବି ରହିଛି | ସେହିପରି ଜେଏମଏମ ପକ୍ଷରୁ କୁହାଯାଇଛି ଯେ, ପ୍ରଶାସନର ପଲ୍ଲୀସଭା କରିବାର ଅଧିକାର ରହିଛି କିନ୍ତୁ ଏହାକୁ ଉଚିତରୂପେ କରାଯାଉ, କଣ୍ଟାବଣୀ, ଦାଣ୍ଡବୋଷ ଓ ଆନନ୍ଦପୁରରେ ଥିବା ଜମିକୁ ଲୋକମାନଙ୍କର ସୁବିଧା ମୁତାବକ ହସ୍ତାନ୍ତର କରାଯାଉ ଓ  ଜମିର ପ୍ରକୁତ ଦାବୀଦାରମାନଙ୍କୁ ଦିଆଯାଉ । ଉକ୍ତ ଦାବୀପତ୍ରକୁ ମାନ୍ଯବର ମୁଖ୍ଯମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରାଙ୍କୁ ପ୍ରଦାନ କରାଯାଇଥିଲା ।

ଏହାର ଅବିକଳ ନକଲ ମୟୂରଭଞ୍ଜ ଜିଲ୍ଲାପାଳ, ବାମନଘାଟୀ ଉପଜିଲ୍ଲାପାଳ ତଥା କାର୍ଯ୍ଯନିର୍ବାହୀ ଅଧିକାରୀ ଦେବତ୍ତୋର ବିଭାଗଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ବିରାଟ ସମାବେଶରେ ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆ, ପୂର୍ବତନ ରାଜ୍ଯ ପ୍ରବକ୍ତା ସୁନୀଲ ମାଝୀ, ସାଙ୍ଗଠନିକ ସମ୍ପାଦକ ସାଲୁ କିସ୍କୁ, ୩୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯା ମୀନା ସୋରେନ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସାଙ୍ଖଚରଣ ମାଝୀଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ ।