ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା କୁସୁମୀ ବ୍ଲକ ବାଦାମପାହାଡ଼ର ବାସିନ୍ଦା ରାଜକିଶୋର ସାହୁଙ୍କ ଗତ ମଙ୍ଗଳବାର ହୋଇଥିବା ଏକ ଅଣ୍ଡିରା ବାଛୁରି ମଳତ୍ୟାଗ କରିପାରୁ ନଥିବାରୁ ଆଜି ସକାଳେ ପ୍ରାଣୀ ଚିକିତ୍ସାଳୟକୁ ନିଆଁ ଯାଇଥିଲା। ପରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ପ୍ରେମାନନ୍ଦ ଶତପଥୀ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ଉକ୍ତ ଅଣ୍ଡିରା ବାଛୁରିର ମଳଦ୍ଵାର ବିହିନ ଜନ୍ମ ହୋଇଛି।
ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ପ୍ରେମାନନ୍ଦ ଶତପଥୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଜନ୍ମଜୟ ପଣ୍ଡାଙ୍କ ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ଧରି କୁତ୍ରିମ ମଳଦ୍ଵାର ପାଇଁ ପେଟ ଭିତରୁ ବଡ ଅନ୍ତନଳିର ଅଂଶରୁ ଏକ ଜଟିଳ ଅସ୍ତ୍ରାପଚାର କରି ମଳଦ୍ଵାର ତିଆରି କରଯାଇଥିଲା ଏବଂ ସେଥିରେ ବାଛୁରୀ ମଳତ୍ୟାଗ ମଧ୍ୟ କରୁଛି।
ଏହି ବିରଳ ସଫଳ ଅସ୍ତ୍ରାପଚାରରେ ସାଗ୍ରାମ ବାସ୍କେ, ବ୍ରଜ ମୋହନ ଗିରି ଏବଂ ବାଘରାଇ ମୁର୍ମୁ ସହଯୋଗରେ ସୂଚାରୁ ରୂପେ ହୋଇଥିଲାl ବର୍ତ୍ତମାନ ବାଛୁରିଟି ସୁସ୍ଥ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/23/4YmDUihj45b7PHwbbx93.jpg)