ରାଇରଙ୍ଗପୁର: ଟ୍ରକ୍‌-ବାଇକ୍‌ ଧକ୍କା: ଜଣେ ମୃତ; ଅନ୍ୟ ଜଣେ ଆହତ

ରାଇରଙ୍ଗପୁର: ଗୁରୁବାର ପୂର୍ବାହ୍ନ ୧୦: ୩୦ ପରେ ବିଶୋଇ ଥାନା ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ମଣଦା ଛକରେ ଗୋଟାଏ ମଟର୍‌ସାଇକେଲ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ରସାଳପୁରର ୨୫ ବର୍ଷିୟ ମୃତ୍ୟୁଞ୍ଜୟ ମହାନ୍ତି। ସେ ମେଡିସିନ୍‌ ରିପ୍ରେଜେନ୍‌ଣ୍ଟେଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ। ଆହତ ବ୍ୟକ୍ତିଜଣକ ହେଉଛନ୍ତି ବାଲେଶ୍ୱର ବସ୍ତା ଥାନା ଅଧୀନ କୁଶଡ଼ିହା ଗ୍ରାମର ଉତ୍ତମ ପ୍ରଧାନ। ମଣଦା-ବିଶୋଇ ରାସ୍ତାରେ ଯଶିପୁର ଯାଉଥିବା ବେଳେ ସେମାନଙ୍କ ବାଇକ୍‌କୁ ଅଜଣା ଟ୍ରକ୍‌ଟିଏ ଧକ୍କା ଦେବା ପରେ ଘଟଣାସ୍ଥଳରୁ ଫେରା ହୋଇଯାଇଥିଲା।

ମୃତ ଓ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ମଣଦା ହସ୍‌ପିଟାଲ୍‌କୁ ଅଣାଯାଇଛି। ଆହତଙ୍କୁ ଅଧିକ ଚିକିତ୍ସା ଲାଗି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବିଶୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର