ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର,ବହଳଦା, ତିରିଂ, ଜାମଦା, କୁସୁମୀ, ବିଜାତଳା, ବିଶୋଇ ପ୍ରଭୃତି ୭ଟି ବ୍ଲକର ଅଧିକାଂଶ ଅଂଚଳରେ ବାତ୍ୟା ଦାନାର ପ୍ରଭାବରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଯାହାଫଳରେ ଚାଷୀକୂଳ ଚିନ୍ତାରେ ଅଛନ୍ତି । ଲକ୍ଷଲକ୍ଷ ଟଙ୍କାର ଋଣ ଓ ଧାର କରଜ କରି ଚାଷ କାର୍ଯ୍ୟ କରିଥିଲେ ଚାଷୀ, ଚଳିତ ବର୍ଷ ଧାନ ଫସଲ ମଧ୍ୟ ଭଲ ହୋଇଥିଲା ।
ଚାଷୀମାନେ ଆଶା କରିଥିଲେ ଫସଲ ହୋଇଥିବା ଯୋଗୁଁ ଧାନ ଫସଲ ଅମଳ ଭଲ ହେବ କିନ୍ତୁ ଦାନା ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ପାଚି ଥିବା ଧାନ ଜମିରେ ଓଲଟି ପଡି ପାଣିରେ ଧାନ କେଣ୍ଡା ଭାସୁଛି । ତେବେ ଆଉ ତିନି ଚାରି ଦିନ ସେମିତି ପାଣିରେ ବୁଡି ରହିଲେ ଧାନରୁ ଗଜା ବାହାରିଯିବ ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ତେବେ ଉପଖଣ୍ଡର ସମସ୍ତ ତହସିଲର ତହସିଲଦାରମାନେ ଆରଆଇଙ୍କ ଜରିଆରେ କ୍ଷୟକ୍ଷତି ହୋଇଥିବା ଜମିର ସମୀକ୍ଷା କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/10/26/XWHbR419Iuy1YbVywnQ9.jpg)