ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବୈଶିଙ୍ଗା ଖଣ୍ଡର ବିଜୟା ଦଶମୀ ଉତ୍ସବ ଓ ଆରଏସ୍.ଏସ୍.ର ଶତବାର୍ଷିୀ ପାଳନ ଉପଲକ୍ଷେ ପଥ ସଂଚଳନ ଓ ଶାରୀରିକ ପ୍ରଦର୍ଶନ କାର୍ଯ୍ୟକ୍ରମ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛିl ଏହି ଅବସରରେ ସଂଘର ସ୍ବୟଂସେବକମାନଙ୍କର ଏକ ଭବ୍ୟ ପଥ ସଂଚଳନ ବୈଶିଙ୍ଗା ଶିବାଜୀ ଯୁବକ ସଂଘ ନିକଟରୁ ବାହାରି ମହୁରୀ, ବୈଶିଙ୍ଗା ବଜାର, ଓଲଡିହ ଛକ ପରିକ୍ରମା କରି କେନ୍ଦୁଆ ଶିବ ମନ୍ଦିର ପଡିଆରେ ପହଞ୍ଚିଥିଲା। ସେଠାରେ ସ୍ବୟଂସେବକମାନେ ଯୋଗ ଓ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା ବୋଲି ଆୟୋଜିତ ସଧାରଣ ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ବରଞ୍ଜନ ଘୋଷ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ l
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ସଦସ୍ୟ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଯୋଗଦାନ ପୂର୍ବକ ପୁରା ସମାଜର ପରିବର୍ତନ ହେଲେ ଯାଇ ଭାରତ ବିଶ୍ୱଗୁରୁ ଆସନରେ ଅଳଙ୍କୃତ ହେବ। ଯାହା ବିଶ୍ୱ ତଥା ମାନବ କଲ୍ୟାଣରେ ସହାୟକ ହେବ। ଏଥିପାଇଁ ସଂପୂର୍ଣ୍ଣ ସମାଜ ‘ସ୍ୱ’ ଆଧାରରେ ସଂଗଠିତ ହୋଇ ତ୍ୟାଗପୂତ ଜୀବନ ଆପଣେଇଲେ ହିଁଁ ତାହା ସମ୍ଭବ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେl
ସୂଚନାଯୋଗ୍ୟ ଯେ ଶତାବ୍ଦୀ ବର୍ଷ ଉପଲକ୍ଷେ ଆର.ଏସ୍.ଏସ୍. ତରଫରୁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଆଜିର କାର୍ଯ୍ୟକ୍ରମରେ ରଘୁଚରଣ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ବିନ୍ଧାଣୀ, ଗନ୍ଧମାର୍ଦ୍ଦନ ଦେହୁରୀ, ଗଜେନ୍ଦ୍ର ମହାନ୍ତ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଡା. ପ୍ରସନ୍ନ କୁମାର ପାତ୍ର, ଡମ୍ବରୁଧର ମହାନ୍ତ, ଅଶୋକ କୁମାର ବେହେରା, ଜ୍ଞାନରଞ୍ଜନ ପଣ୍ଡା ଓ ସୁରଜ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/28/baisinga-2025-09-28-23-10-19.jpg)