ରାଉରକେଲା : କରୋନା ଦ୍ଵିତୀୟ ଲହରକୁ ଦେଖି ତପ୍ତର ହୋଇଛି ଉଭୟ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ (ଆରଏମସି ) ପ୍ରଶାସନ l ଗତ ତିନି ଦିନ ଧରି ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ, ଏସପି ମୁକେଶ କୁମାର ଭାମୁଙ୍କ ନେତୃତ୍ୱରେ ଗଠିତ ଟିମ ସହରର ପ୍ରମୁଖ ଜନ ଗହଳିପୂର୍ଣ୍ଣ ବଜାରରେ ଲୋକଙ୍କୁ ସଚେତନ କରୁଛନ୍ତି l
ଆଜି ଆରଏମସି ପକ୍ଷରୁ ରାଉରକେଲା ମୁଖ୍ୟ ମାର୍କେଟ, ବିଶ୍ରା ରୋଡ, ନୂଆ ବସଷ୍ଟାଣ୍ଡକୁ ବିଶୋଧନ କରାଯାଉଛି l ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରରୁ ଆସୁଥିବା ବସ ଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖା ଯାଇଛି l ଷ୍ଟେସନରେ ରାଉରକେଲା ଆସୁଥିବା ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/15ed1afa-588f-4e89-be60-d2f76dec6af5.jpg)