ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ମଛପଦା ଗାଁରେ ବସୁଧା ଯୋଜନାରେ ଚାଲିଥିବା ବୋରିଂ କାମରେ ଅନିୟମିତତାକୁ ନେଇ ତାତିଲେ ଗ୍ରାମବାସୀ l ୧୬ଇଞ୍ଚର ବୋରିଂ ଜାଗାରେ ହୋଉଥିଲା ୧୨ଇଞ୍ଚର ବୋରିଂl ମଙ୍ଗଳବାର ପୂର୍ବାହ୍ନରେ କାମ ବନ୍ଦ କରିବା ସହିତ ସୁପର ଭାଇଜର ଓ ଜେଇକୁ ଘଣ୍ଟାଧିକ କାଳ ଅଟକ ରଖିଲେ ଗ୍ରାମବାସୀ l
ସୂଚନା ଅନୁଯାଇ ମଛପଦା ଗ୍ରାମର ବସୁଧା ଯୋଜନାରେ ୨୦୨୨-୨୩ ମସିହାରେ ଏକ ୫୦ହଜାର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ସହିତ ଏକ ବୋରିଂ କରାଯାଇଥିଲାl ତେବେ ଆଗାମୀ ଦିନରେ କାଳେ ଗୋଟିଏ ବୋରିଂରେ ପାଣି କମିଯିବ କିମ୍ବା ବୋରିଂ ଖରାପ ହୋଇଯାଇ ଗାଁକୁ ପାନୀୟ ଜଳ ଯୋଗାଣରେ ବାଧା ଉପୁଜିବ ସେଥିନିମିତ୍ତ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ବିଭାଗ ପକ୍ଷରୁ ସେଠାରେ ୫ଲକ୍ଷ ଟଙ୍କାର ଅନ୍ୟ ଏକ ବୋରିଂ ଖୋଳା ଚାଲିଥିଲାl
ତେବେ ବିଭାଗୀୟ ଅଧିକାରୀ ତାହାକୁ ଉଦଳା ଅଞ୍ଚଳର ଜଣେ ଠିକାଦାରଙ୍କ ଦ୍ଵାରା କରାଉଥିଲେl ତେବେ ୨ଦିନ ପୁର୍ବରୁ କାମ ଆରମ୍ଭ ହୋଇଥିବା ବେଳେ ଆଜି ହଟାତ ଗ୍ରାମର କିଛି ଯୁବକ ସେଠାରେ ପହଞ୍ଚି କାମ ତଦାରଖ କରୁ କରୁ ଜାଣିବାକୁ ପାଇଥିଲେ କି ବୋରିଂ ଖୋଳା କାମରେ ଘୋର ଅନିୟମିତତା ହୋଇଛିl ବିଭାଗୀୟ ଉପରିସ୍ଥ ଅଧିକାରୀ ତାଙ୍କୁ କହିବା ମୁତାବକ ଉକ୍ତ ବୋରିଂରେ ୮ଇଞ୍ଚର ପାଇପ ବ୍ୟବହାର କରାଯିବା ପାଇଁ ୧୬ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ ଗାତ ଖୋଳା ହେବା ଦରକାରl ହେଲେ ସେମାନେ ଠିକାଦାରଙ୍କ ଦ୍ଵାରା ନିୟୋଜିତ କର୍ମଚାରୀଙ୍କ ଠାରୁ ମାପିକି ଜାଣିବାକୁ ପାଇଥିଲେ କି ସେଠାରେ ମାତ୍ର ୧୨ଇଞ୍ଚର ଗାତ ଖୋଳା ଯାଇ ପୁଲିସ କାମ ଚାଲିଛିl ଫଳରେ ଗ୍ରାମବାସୀମାନେ ଏକତ୍ରିତ ହୋଇ କାମ କୁ ବନ୍ଦ କରିବା ସହିତ ଠିକାଦାରଙ୍କ ସୁପର ଭାଇଜଙ୍କୁ ଅଟକ ରଖିଥିଲେl ପରେ ଖବର ପାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହୃଦାନନ୍ଦ ବେହେରା ଘଟଣା ସ୍ଥଳରେ ପହଞ୍ଚି ଥିଲେl ପରେ ଗ୍ରାମବାସୀଙ୍କ ସହିତ ତାଙ୍କର ବଚସା ହୋଇଥିଲା ଓ ଗ୍ରାମବାସୀମାନେ ତାଙ୍କୁ ମଧ୍ୟ ଅଟକ ରଖିଥିଲେl
ଗ୍ରାମବାସୀମାନେ ସିଧା ସିଧା ଅଭିଯୋଗ କରିଥିଲେ କି ଠିକାଦାରଙ୍କ ସହିତ ମିଲିଭଗତରେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଚାଲିଛି ଏହି ଦୁର୍ନୀତିl ଘଣ୍ଟାଧିକ କାଳ ଅଟକ ରହିବା ପରେ ଅପରାହ୍ନରେ ଘଟଣା ସ୍ଥଳରେ ବିଭାଗୀୟ ଏସଡିଓ ଗୌରାଙ୍ଗ ଚରଣ ନାୟକ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରିବା ସହିତ ୧୬ଇଞ୍ଚର ବୋରିଂ କରାଯିବା ସହିତ ୨ଥର ପୁଲିସ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେl ତେବେ କାହା ଛତ୍ରଛାୟା ତଳେ ରହି ଠିକାଦାର ଏପ୍ରକାର ଦୁର୍ନୀତି କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅନ୍ୟପଟେ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ କହିଛନ୍ତି କି ସେ ଏବାବଦରେ ଅବଗତ ନାହାନ୍ତି, ଆସନ୍ତାକାଲି ତଦନ୍ତ ପୂର୍ବକ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/16/baisinga-2025-09-16-22-18-03.jpg)