ବାରିପଦା: ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଠ ପଢା ଜାରି ରହିଛି। ଏହି ସମୟରେ ବିଦ୍ୟାଳୟରେ ରହିବା ବଦଳରେ ବାହାରେ ବୁଲିବା ଜଣେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡିଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବିନୋଦ ରାୟ ବିଦ୍ୟାପୀଠ, ରାସଗୋବିନ୍ଦପୁର ର ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଘଡେ଼ଇ। ଖୋଦ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ପ୍ରଦୋଷ କୁମାର ନାୟକ ବିଦ୍ୟାଳୟ ଗସ୍ତ କରିବା ଅବସରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଡିଇଓ ଶ୍ରୀ ନାୟକ ବିଦ୍ୟାଳୟ ଗସ୍ତ କଲାବେଳେ ନିଲମ୍ବିତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟରେ ରହିବା ପରିବର୍ତ୍ତେ ବାହାରେ ବୁଲୁଥିବା ଦେଖିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ବିଦ୍ୟାଳୟ ୫-ଟି ଯୋଜନାରେ ସାମିଲ ହୋଇଛି।
ସ୍କୁଲ ସମୟରେ ବାହାରେ ବୁଲୁଥିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ, ନିଲମ୍ବନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ
/sambad/media/post_attachments/wp-content/uploads/2021/07/download-25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)