ବସ୍‌ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ଦାବି: ଠାକୁରମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା ୧୦ ଟାରେ ସରିଲା

ଠାକୁରମୁଣ୍ଡା: ଠାକୁରମୁଣ୍ଡାରେ ବସ୍‌ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଠାକୁରମୁଣ୍ଡା ବ୍ଳକ ବିଡ଼ିଓ ମନୋଜ କୁମାର କାର୍ଜି ୧୦ଟାରେ ଆସି ବନ୍ଦରେ ସାମିଲ ଥିବା ଜନସାଧାରଣଙ୍କୁ ଜଣାଇଥିଲେ ଯେ ଠାକୁରମୁଣ୍ଡା ବସ ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ପାଇଁ ୬ କୋଟି ଟଙ୍କାର ଟେଣ୍ଡର ସରିଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ। ୧୨ ଘଣ୍ଟିଆ ବନ୍ଦ ଡାକରା ୧୦ ଟାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି

ସୂଚନାଯୋଗ୍ୟ, ଠାକୁରମୁଣ୍ଡା ବ୍ଲକରେ ବସଷ୍ଟାଣ୍ଡ ଓ ଶୌଚାଳୟ ନ ଥିବାରୁ ସରକାରଙ୍କୁ ପ୍ରଶାସନ ଜରିଆରେ ବହୁଥର ଅବଗତ କରାଯାଇଥିଲା। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏହି ୨ଟି ଦାବି ପୂରଣ ନ ହେବାରୁ ଠାକୁରମୁଣ୍ଡା ବ୍ଲକ କ୍ରିୟାନୁଷ୍ଠାନ କମିଟିର ସଭାପତି ମଧୁସୂଦନ ନନ୍ଦଙ୍କ ନେତୃତ୍ବରେ ଏକ ଲିଖିତ ଦାବିପତ୍ର ଗତ ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ବିଡିଓଙ୍କ ଜରିଆରେ ଦିଆଯାଇଥିଲା।  ୧ ତାରିଖ ଦିନ ୧୨ ଘଣ୍ଟିଆ ଗାଡ଼ି ଚଳାଚଳ ଦୋକାନ ବଜାର ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା।ସ୍କୁଲ ,କଲେଜ ଅତ୍ୟାବଶ୍ୟକ ସେବାକୁ ବନ୍ଦରେ ସାମିଲ କରାଯାଇ ନ ଥିଲା । ଆଜି ସକାଳ ୬ଟାରୁ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏଣେ ଦୋକାନ ବଜାର ବି ବନ୍ଦ ଥିଲା।

 

ସମ୍ବନ୍ଧିତ ଖବର