ବୈଶିଙ୍ଗା: ଦୀପାବଳି ପୂର୍ବରୁ ଏସପିଙ୍କ ନିର୍ଦେଶରେ ମୟୂରଭଞ୍ଜ ପୁଲିସର ଅପରେସନ ଅଗ୍ନି ଜାରି ରହିଛିl ଏହି ଅପରେସନରେ ବୈଶିଙ୍ଗା ପୁଲିସକୁ ମିଳିଛି ବଡ଼ ସଫଳତାl ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛିl ସେହିଭଳି ଘଟଣାସ୍ଥଳରୁ ୩ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରିଥିବାବେଳେ ଏକାଧିକ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେl

Advertisment

ବାଣ ଭିଡୁଥିବା ସମୟରେ ପୋଲିସକୁ ଦେଖି ଏକାଧିକ ଚମ୍ପଟ ମାରିଥିବାବେଳେ ଘଟଣାସ୍ଥଳରୁ ୫୪ ବସ୍ତା ବାଣ, ବାଣ ପ୍ରସ୍ତୁତ ପାଇଁ ରଖା ଯାଇଥିବା ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ରୁ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ।

ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ବାଛୁରୀପଡ଼ା ବାଛୁରୀପଡ଼ା ଓ ମେରଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ଏକାଧିକ ସ୍ଥାନରେ ବ୍ୟାପକ ବେଆଇନ ବାଣ ଏବଂ ଆତସବାଜି ପ୍ରସ୍ତୁତ କରାଯାଏl ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ସମେତ ବୈଶିଙ୍ଗା ଥାନା ଏସ୍‌ଆଇ ଇତିଶ୍ରୀ ସାହୁ ଓ ଏଏସ୍‌ଆଇ ପ୍ରଦୀପ କୁମାର ଦେଙ୍କ ନେତୃତ୍ୱରେ ପୋଲିସ ଟିମ୍‌ଅତର୍କିତ ଚଢାଉ କରିଥିଲାl

ବାଣ ଭିଡୁଥିବା ସମୟରେ ପୁଲିସକୁ ଦେଖି ଏକାଧିକ ଚମ୍ପଟ ମାରିଥିବାବେଳେ ଘଟଣାସ୍ଥଳରୁ ୫୪ ବସ୍ତା ବାଣ, ବାଣ ପ୍ରସ୍ତୁତ ପାଇଁ ରଖା ଯାଇଥିବା ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ରୁ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ସେହିଭଳି ବେଆଇନ ବାଣ କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ସେମାନେ ହେଲେ ବର୍ତ୍ତନା ଗ୍ରାମର ତ୍ରିଲୋଚନ ସାହୁ, ସତ୍ୟବାନ ସାହୁ ଓ ପ୍ରଦୀପ ସାହୁ l ଏନେଇ ପୋଲିସ ୪୯୭/୨୫ନଂ ରେଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛିl ତେବେ ଅପରେସନ ଅଗ୍ନି ଅଧୀନରେ ଦୀପାବଳି ପର୍ଯ୍ୟନ୍ତ ଏହିଭଳି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଏସଡିପିଓ ଶ୍ରୀମତୀ ବିଶ୍ୱାଳl

Crime