ବାରିପଦା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁବାର ଅପରାହ୍ନରେ ୨ ଭଉଣୀ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଖରିପଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

publive-imageଗାଁର ଧରି ସିଂହଙ୍କ ପୁଅ ସୋମନାଥ ସିଂହ(୧୬) ଆଜି ଅପରାହ୍ନରେ ଏକ ସ୍କୁଟି(ଓଡି ୦୧ଆର୍‌ ୨୬୧୦)ରେ ବସାଇ ଗୁରୁବାର ସିଂହଙ୍କ ଦୁଇ ଝିଅ ବର୍ଷା ସିଂହ(୧୫) ଓ ପୂଜା ସିଂହ(୧୭)କୁ ନେଇ ବୁଲିବାକୁ କୁଆମରା ଗାଁ ଅଭିମୁଖେ ଯାଉଥିଲେ। କୁଆମରା ଗାଁକୁ ପହଞ୍ଚିବାର ଅଧ କିଲୋମିଟର ପୂର୍ବରୁ ଏକ ପୋଲରେ ବାଡେଇ ହୋଇ ଯିବାରୁ ୩ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

publive-image

ଦୁଇ ଭଉଣୀ ପୂଜା ଓ ବର୍ଷାର ମୃତଦେହ ୫ଫୁଟ ତଳେ ଥିବା ପୋଲ ତଳେ ପଡ଼ିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହଗୁଡ଼ିକ ହସ୍ପିଟାଲ ପଠାଯାଇଛି। ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।