ବାରିପଦା: ବାରିପଦା ଟାଉନ୍ ଥାନା ପକ୍ଷରୁ ଚୋରା ଗଞ୍ଜେଇ କାରବାର ଉପରେ ଅଙ୍କୁଶ ଲଗାଇବା ଅଭିଯାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାରଙ୍କ ନିର୍ଦ୍ଦେଶକ୍ରମେ ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ବାରିପଦା ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଗ୍ରାମର କାଳିଚରଣ ପ୍ରଧାନ(୪୪) ହୋଇଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀ ବାଲେଶ୍ୱର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସାହୁପଡ଼ା ଅଞ୍ଚଳର ହିମାଂଶୁ ପାତ୍ର(୩୨) । ଏମାନଙ୍କ ନିକଟରୁ ପୁଲିସ ୨ କେଜି ୯ଶହ ଗ୍ରାମ ଚୋରା ଗଞ୍ଜେଇ ସହିତ ଓଆର-୦୧- ୟୁ-୧୫୫୨ ନମ୍ବର ବିଶିଷ୍ଟ ଏକ ବାଇକ ଏବଂ ୨ଟି ମୋବାଇଲ ଫୋନ୍ ଜବତ କରିଛି । ଉଲ୍ଲେଖଯୋଗ୍ୟଯେ ବିଶ୍ୱସ୍ତ ସୂତ୍ରରୁ ପାଇଥିବା ଖବର ଆଧାରରେ ଗିରଫ ଦୁଇ ଅଭିଯୁକ୍ତ ଚୋରା ଗଞ୍ଜେଇ ଧରି ବାରିପଦାରେ ଡେଲିଭରୀ ଦେବା ନିମନ୍ତେ ଆସୁଥିବା ବିଷୟରେ ସୂଚନା ପାଇଥିଲେ ଏସ୍ପି ଶ୍ରୀ ପରମାର। ଏନେଇ ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଥାନା ଏସ୍ଆଇ ଆର. କେ. ବେହେରା ଓ ଅଶୋକ କୁମାର ବାରିକ, ଏଏସ୍ଆଇ ଜି. ଏସ୍. ପରିଡ଼ା, ତୁଷାରକାନ୍ତ ପରିଡ଼ା ଓ ବାସନ୍ତୀ ସିଂ ପ୍ରମୁଖଙ୍କ ସମେତ ପୁଲିସ ସିଭିଲ ସ୍କ୍ୱାର୍ଡ ଅଭିଯୁକ୍ତଙ୍କୁ ଧରିବା ପାଇଁ ପାଲବଣି ରାସ୍ତାରେ ଜାଲ ବିଛାଇ ଅପେକ୍ଷାରେ ଥିଲେ । ଏହି ସମୟରେ ଅଭିଯୁକ୍ତ କାଳିଚରଣ ଓ ହିମାଂଶୁ ଏକ ବାଇକରେ ଆସୁଥିବା ସମୟରେ ସେମାନଙ୍କୁ ଅଟକାଇ ତଲାସୀ ନେବା ପରେ ବାଇକରୁ ଚୋରା ଗଞ୍ଜେଇ ଜବତ କରାଯାଇଥିଲା । ଏହାପରେ ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ୍ ଅନୁସାରେ କେସ୍ ନମ୍ବର ୭୮୩/୨୦୨୦ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।
ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ୨ ଗିରଫ, ୨.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ
/sambad/media/post_attachments/wp-content/uploads/2020/11/5d975fa3-e50d-44d7-9bd6-e60091e0cf9a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)