ବଲାଙ୍ଗୀର ଓ ମୟୁରଭଞ୍ଜରେ ପୁଣି ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର/ବାରିପଦା: ବଲାଙ୍ଗୀର ଓ ମୟୁରଭଞ୍ଜ ଜିଲ୍ଲାରେ ରବିବାର ପୁଣି ଥରେ ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ସଦର ଥାନା ଅଞ୍ଚଳର ସେମେଲିଆ ଗ୍ରାମର ସୁଶିଳ ସୁନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହେବାରୁ ସୁଶିଳ ଏଭଳି ପଦକ୍ଷେପ ନେଇଥିଲେ। ସେ ଋଣ କରି ଚାଷ କରିଥିବା ବେଳେ ସେଥିରୁ ୨ଏକର ଫସଲ ନଷ୍ଟ ହୋଇ ଯାଇଥିଲା ବୋଲି ଅଭିଯୋଗ ହୋଇଛି। ପରିବାର ଲୋକେ ସୁଶିଳଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଜଣେ ଚାଷୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର