ଶିମିଳିପାଳରୁ ଝିଙ୍କ ଶିକାର କରି ୨ ଗିରଫ

ଉଦଳା(୧) : ଉଦଳା ବନ ବିଭାଗ ଦ୍ୱାରା ଆଜି ଶିମିଳିପାଳର କୋର୍‌ ଏରିଆ କମ୍ପାକ୍ଟ ଇଡି-୧୩ ଅଞ୍ଚଳରୁ ଝିଙ୍କ ଶିକାର କରିଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ କୁଣ୍ଡାବାଇ ଅଞ୍ଚଳର ଗଣ୍ଡରା ନାଏକ(୫୦) ଓ ଧୂଷା ଦେହୁରୀ(୬୦)। ମୃତ ଝିଙ୍କ ସହ ଶିକାରରେ ବ୍ୟବହୃତ ଧନୁ ତୀର, ଦୁଇଟି କୁରାଢ଼ି ଓ ଦୁଇଟି କଟୁରି ମଧ୍ୟ ଜବତ କରାଯାଇଛି।

ଉଦଳା ବନ ବିଭାଗର କର୍ମଚାରୀମାନେ ଆଜି ଶିମିଳିପାଳରେ ତଦାରଖ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ଦୁଇ ଶିକାରୀ ଏକ ମୃତ ଝିଙ୍କ ସହ ଧନୁ ତୀର, ଦୁଇଟି କୁରାଢ଼ି ଓ ଦୁଇଟି କଟୁରି ହାତରେ ଧରି ଘରକୁ ଫେରୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀମାନେ ଦୁଇଜଣଙ୍କୁ କାବୁ କରିବା ସହିତ ମୃତ ଝିଙ୍କ ସମେତ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଉଭୟଙ୍କୁ ଉଦଳା ବନ ବିଭଗ କାର୍ଯ୍ୟାଳୟକୁ ଅଣାଯିବା ସହିତ ସେମାନଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ସମ୍ବନ୍ଧିତ ଖବର