ରାଇରଙ୍ଗପୁର/ବାଦାମପାହାଡ଼: ଓଡିଶାର ଦୁଇ ଜଣ ଯୁବକ ପଡ଼ୋଶୀ ଝାଡ଼ଖଣ୍ଡରେ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ୨ ଯୁବକ ହେଲେ ସେକ୍ ଶାହାଦଲ୍ଲୀ(୨୫) ଓ ତାଙ୍କ ସାଙ୍ଗ ସେକ୍ ନାଜିର୍ (୨୮)।
ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ଦୁଇ ଯୁବକ ସେକ୍ ଶାହାଦଲ୍ଲୀ ଓ ତାଙ୍କ ସାଙ୍ଗ ସେକ୍ ନାଜିର୍ଗ ଗତ ୯ ତାରିଖରେ ଏକ ସ୍କୋର୍ପିଓରେ ଝାଡଖଣ୍ଡର ଚକ୍ରଧରପୁର ଅର୍ନ୍ତଗତ ଗୋଇଲେକେରା ଥାନା ଅଂଚଳର ଏକ ଗ୍ରାମକୁ ଯାଇଥିଲେ। ସେମାନେ ସେଦିନ ରାତି ସୁଦ୍ଧା ଘରକୁ ଫେରିନଥିଲେ। ଉଭୟଙ୍କ ମୋବାଇଲ୍ ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକେ ତାଙ୍କ ସର୍ମ୍ପକୀୟ ସମେତ ଅନ୍ୟ ସ୍ଥାନରେ ବହୁ ଖୋଜାଖୋଜି ପରେ ମଧ୍ୟ ଉଭୟଙ୍କ ପତ୍ତା ମିଳିନଥିଲା। ଗତକାଲି ଟେନ୍ଟପୋଷି ଗ୍ରାମର ଏସ୍କେ ଆକ୍ତାର ନିଜ ସମ୍ପର୍କୀୟଙ୍କ ସହିତ ଗୋଇଲକେରା ଥାନା ପହଂଚି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଧ୍ୟ ଗୋଇଲକେରା ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ଦେଇଛନ୍ତି ଆକ୍ତାର୍।
ଏହି ଖବର ପଢ଼ନ୍ତୁ: ଦଲାଲଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ଦୁଇ ଯୁବକ ସେକ୍ ଶାହାଦଲ୍ଲୀ ଓ ତାଙ୍କ ସାଙ୍ଗ ସେକ୍ ନାଜିର୍ଗ ଗତ ୯ ତାରିଖରେ ଏକ ସ୍କୋର୍ପିଓରେ ଝାଡ଼ଖଣ୍ଡର ଚକ୍ରଧରପୁର ଅର୍ନ୍ତଗତ ଗୋଇଲେକେରା ଥାନା ଅଂଚଳର ଏକ ଗ୍ରାମକୁ ଯାଇଥିଲେ। ତେବେ ୯ ଡିସେମ୍ବରରେ ରାତି ହୋଇଯାଇଥିଲେ ସୁଦ୍ଧା ଘରକୁ ଫେରିନଥିଲେ।
ଏହି ଖବର ପଢ଼ନ୍ତୁ: ଷଡ଼ଯନ୍ତ୍ର ରଚିଥିଲେ ୟୁନୁସ
ଅନ୍ୟପଟରେ ଝାଡ଼ଖଣ୍ଡର କିଛି ୟୁଟୁବ୍ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ ନିଖୋଜ ହୋଇଥିବା ଉଭୟ ଯୁବକଙ୍କୁ ଚୋର ସନ୍ଦେହ କରି ହତ୍ୟା କରାଯାଇଥିବା ପ୍ରଚାର ହେଉଛି। ସେମାନେ ଯାଇଥିବା ସ୍କୋର୍ପିଓକୁ ନିଆଁରେ ପୋଡ଼ି ଦିଆଯାଇଥିବା ସଂପର୍କିତ ଭିଡିଓ ଖୁବ୍ ଭାଇରାଲ୍ ହେଉଛି।
ଏହି ଖବର ପଢ଼ନ୍ତୁ: କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି
ତେବେ ତାଙ୍କୁ ହତ୍ୟା କରାଯାଇଛି? ନା ତାଙ୍କୁ ଅପହରଣ କରାଯାଇଛି? ନା ସେମାନେ କୁଆଡ଼େ ନିଖୋଜ ହୋଇଛନ୍ତି ତାହା ଜଣାପଡ଼ିନାହିଁ। ଏପଟେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ରାଷ୍ଟ୍ରପତି ଭବନଙ୍କୁ ମଧ୍ୟ ନିବେଦନ କରିଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ତାଙ୍କ ପରିବାର ଲୋକ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ କୌଣସି ସୂଚନା ଦେଇନହାଁନ୍ତି।
ଏହି ଖବର ପଢ଼ନ୍ତୁ: ୩କିମି ଚାଲିଚାଲି ଯାଇ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/12/XwGD9Lt2qICGG9WZK4ec.jpg)