ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲାରେ ଦିନକୁ ଦିନ ବେଆଇନ୍ ଓ ଚୋରା ଗୋ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ୍ ବାରମ୍ବାର ଅଭିଯୁକ୍ତମାନଙ୍କୁ ଗିରଫ କଲେ ମଧ୍ୟ ଭୟ କରୁନାହାଁନ୍ତି।
ଆଜି ରାଇରଙ୍ଗପୁର ଗ୍ରାମାଂଚଳ ଥାନା ପୁଲିସ୍ ଓ ହାଟବାଦଡା ଫାଣ୍ଡି ପୁଲିସ୍ ପାଟ୍ରୋଲିଂ କରୁଥିୁବା ସମୟରେ ୨୨୦ ନଂ ଜାତୀୟ ରାଜପଥର କାଦୁଆଣୀ ନିକଟରେ ଦୁଇଟି ଟାଟା ମ୍ୟାଜିକ୍ ଓଡି୦୯-ଏବି-୨୩୬୫ ଓ ଓଡି୧୧-ଏଏ-୮୫୦୫ ରେ ୧୦ ଟି ବଳଦ ବେଆନ ଭାବେ ଚାଲାଣ କରୁଥିବା ସମୟରେ ଉଭୟ ଯାନ ଓ ବଳଦଙ୍କୁ ଜବତ କରିଥିଲେ।
ଗୋ ଚଲାଣରେ ସମ୍ପୃକ୍ତ କରଞିଆ ଥାନା ଅର୍ନ୍ତଗତ କୁଡୁମା ଗ୍ରାମର ସେକ୍ ହାସନ୍(୩୦), ସେକ୍ ଫରଦୁନ୍(୩୦), ସେକ୍ ଆଲତାଫ୍(୧୯) ଓ ସେକ୍ ମାଫିଜୁଲ୍ (୩୭)ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ କେସ୍ ନଂ ୧୮୦/୨୪ ଓ ୧୮୧/୨୪ରେ ଏକ ମାମଲା ରୁଜୁ କରି ଥାନାର ଏସଆଇ ସୌମେଲିନି ରାଉତ ଘଟଣାର ତଦନ୍ତ ଜାରି ରଖିଛନ୍ତି ।