ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡ଼ିଆ ଜଙ୍ଗଲରେ ଜନୈକା ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରି ଫଟୋ ଭାଇରାଲ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ ସଂପୃକ୍ତ ଦୁଇ ଛାତ୍ରଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଓ ଅନ୍ୟ ଜଣେ ଯୁକ୍ତ ୩ ଛାତ୍ର। ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ଯୁବତୀଙ୍କ ମା’ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଥାନା କେସ୍ ନମ୍ବର ୧୨/୧୮ରେ ମାମଲା ରୁଜୁ ହୋଇଛି। ଆଇଆଇସି ରେଣୁବାଳା ସାହୁ ଘଟଣାର ତଦନ୍ତ କରୁଛନ୍ତି। ପ୍ରାଥମିକ ପଦକ୍ଷେପ ସ୍ୱରୂପ ପୁଲିସ ଗଡଗଡିଆ ଗାଁର ଦୁଇ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେମାନେ ବ୍ୟବହାର କରିଥିବା ମୋବାଇଲ ଯାଞ୍ଚ ହୋଇଛି। ଅଧିକ ତଦନ୍ତ ପାଇଁ ପୁଲିସ ପୀଡ଼ିତା ଓ ଅଭଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି।
ଦୁଷ୍କର୍ମ ଫଟୋ ଭାଇରାଲ : ଦୁଇ ଛାତ୍ର ଅଟକ
/sambad/media/post_attachments/wp-content/uploads/2018/01/student.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)