ରାଇରଙ୍ଗପୁର/ବିଶୋଇ: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ମାତିଛନ୍ତି ବାଘଛାଲ ମାଫିଆ। ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜର ୪୯ ନଂ ଜାତୀୟ ରାଜପଥର ଚଟାଣି ବସଷ୍ଟାଣ୍ଡ ନିକଟରେ ବାଘଛାଲ ମାଫିଆମାନେ ମୂଲଚାଲ କରୁଥିବା ବେଳେ ଏସଟିଏଫ୍ ଦଳ ମାଡ଼ି ବସିଥିଲେ। ଦୁଇଜଣଙ୍କୁ ଗିରଫ କରି ଗୋଟିଏ ବାଘଛାଲ ସହିତ ଦୁଇଟି ବାଇକ ଜବତ କରିଛନ୍ତି। ତେବେ ଜଣେ ମାଫିଆ ସେଠାରୁ ଚମ୍ପଟ ମାରିଥିଲା ।
ଗିରଫ ହୋଇଥିବା ଦୁଇଜଣ ମାଫିଆ ହେଲେ ବିଶୋଇ ଥାନା ପଳାଶବଣି ଗ୍ରାମର ଅଜିତ କୁମାର ଗିରି ଓ ଖୁଣ୍ଟା ଥାନା ଯଦୁରଘେରା ଗ୍ରାମର ଚନ୍ଦ୍ରକାନ୍ତ କାର୍ଜି । ବାଘର ବୟସ ୧୦ ବର୍ଷ ହୋଇଥିବା ବେଳେ ୪ ଫୁଟ ଲମ୍ଵ, ଅଢେଇ ଫୁଟ ଲମ୍ଵର ଲାଞ୍ଜ ଓ ଓସାର ୨ ଫୁଟ ବୋଲି ସୂଚନା ମିଳିଛି।
ମୂଲଚାଲ ବେଳେ ବାଘଛାଲ ସହ ଦୁଇ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2021/11/8a1467e4-d3f9-448f-adbe-f9ea1e9c7afb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)