ବାରିପଦା: ଟ୍ରକ୍ ଓ ଅଟୋ ମଧ୍ୟରେ ଶୁକ୍ରବାର ଧକ୍କା ହେବାରୁ ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ୫ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ ଅନୁସାରେ ଜାତୀୟ ରାଜପଥ ୪୯ ନମ୍ବର ମଣଦା କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକଙ୍କୁ ନେଇ ଆସୁଥିବା ଅଟୋକୁ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Accident_Sambad-Graphic-6.jpg)