ମୟୂରଭଂଜ: ହାଟ ସାରି ଘରକୁ ଫେରୁଥିଲେ, ଟ୍ରାକ୍ଟର ଓଲଟି ୨ ମହିଳା ମୃତ, ୨ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଯୋରଦା ପଞ୍ଚାୟତ ଅନ୍ତର୍ଗତ ବଣକାଣ୍ଡ ଗ୍ରାମରେ ରବିବାର ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ବାଦାମପାହାଡ଼ ହାଟରୁ ଏକ ନୂଆ ଟ୍ରାକ୍ଟରରେ ନେଇ ମହିଳାମାନଙ୍କୁ ନେଇ ବଣକାଣ୍ଡ ଗାଁକୁ ଫେରୁଥିଲେ। ଗାଁ ନିକଟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଟ୍ରାକ୍ଟରରେ ବସିଥିବା ଦୁଇ ଜଣ ମହିଳା ଟ୍ରାକ୍ଟର ଡଲା ତଳା ଚାପି ହୋଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବଣକାଣ୍ଡ ଗ୍ରାମର ଦିଗି କିସ୍କୁ ଓ ନିଶା ମାରଣ୍ଡି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳା ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ମହିଳାମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଛି। ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର