ବିଶୋଇ  : ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ମଣଦା ଠାରେ ଆଜି ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର ହୋଇଛି । ସୂଚନାଥାଉକି,ଏହି ଥାନା ଅନ୍ତର୍ଗତ ସ୍ଥାନୀୟ ମଣଦା ସ୍ଥିତ କଳିଙ୍ଗ ଡିଗ୍ରୀ କଲେଜ ସମ୍ମୁଖରେ ଥିବା ୪୯ ନଂ ଜାତୀୟ ରାଜପଥ କଡ଼ରେ ଆଜି ସକାଳ ସମୟରେ ଏକ ବିଲ ମଧ୍ୟରେ ଏକ ଅଜଣା ଯୁବକର ମୃତଦେହ ସ୍ଥାନୀୟ କିଛି ଲୋକ ଦେଖିବାକୁ ପାଇଥିଲେ।

Advertisment

ଏ ସମ୍ପର୍କରେ ଲୋକମାନେ ପ୍ରଥମେ  ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳକୁ ଉଭୟ ବିଶୋଇ ଥାନା ଓ ମଣଦା ଫାଣ୍ଡିର ଅଧିକାରୀ ସମେତ ରାଇରଙ୍ଗପୁରର ଏକଜୁକ୍ୟୁଟିଭ ମାଜିଷ୍ଟେଟ୍ ଶକୁନ୍ତଳା ହାଁସଦା ମିଳିତ ଭାବେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ମାତ୍ର ଉକ୍ତ ମୃତ ଯୁବକର ଶରୀରର କୌଣସି ଅଂଶ କ୍ଷତବିକ୍ଷତ ହୋଇନଥିବାବେଳେ ମୃତ୍ୟୁର କାରଣ ହତ୍ୟା ଜନିତ ନହୋଇ  ଅନ୍ୟ କାରଣ ପାଇଁ ହୋଇଥିବାର ପୋଲିସ ସନ୍ଦେହ କରୁଛି । ତେବେ ଗତକାଲି ଉକ୍ତ ଯୁବକକୁ ସ୍ଥାନୀୟ ମଣଦା ଅଞ୍ଚଳରେ ବୁଲୁଥିବାର ଦେଖିଥିବାର ଲୋକେ କହିଥିଲେ ତେଣୁ ଉକ୍ତ ଯୁବକ ଏକ ମାନସିକ ବିକୃତ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୨୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ଶବକୁ ରାଇରଙ୍ଗପୁର ପଠାଯାଇଛି ।