ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଏକତାଳି ଗ୍ରାମର ଅଧପନ୍ତରିଆ ଓ ନିମ୍ନମାନର ବସୁଧା ପ୍ରକଳ୍ପ ନିର୍ମାଣ ନେଇ ଶତାଧିକ ଗ୍ରାମବାସୀ ଆର୍ ଡବ୍ଲୁ ଏସ ଏସ ଅଫିସ କାର୍ଯ୍ୟଳୟରେ ପହଞ୍ଚି ଏହାର ତଦନ୍ତ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ଦ୍ବାରା କୋଟି କୋଟି ଟଙ୍କା ବିନିମୟରେ ଉକ୍ତ ଗ୍ରାମରେ ଗତ ତିନି ବର୍ଷରୁ ଅଧିକ ଦିନ ହେଲା ଗ୍ରାମବାସୀଙ୍କ ଜଳ କଷ୍ଟ ଦୂର କରିବା ପାଇଁ ବସୁଧା ପ୍ରକଳ୍ପ ନିର୍ମାଣ କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଗ୍ରାମବାସୀ ଜଳକଷ୍ଟ ଭୋଗ କରୁଛନ୍ତି। ତଦସହିତ ଠିକାଦାର ପରୀକ୍ଷା କରିବା ପାଇଁ ଜଳ ଭଣ୍ଡାରରେ ପାଣି ଲୋଡ୍ କରିଥିବା ବେଳେ ସେହି ଟାଙ୍କିର ପାଣି ଲିକ୍ କରୁଥିବା ଦେଖି ତାହା ନିମ୍ନମାନର କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ଦ୍ବାରା କୋଟି କୋଟି ଟଙ୍କା ବିନିମୟରେ ଉକ୍ତ ଗ୍ରାମରେ ଗତ ତିନି ବର୍ଷରୁ ଅଧିକ ଦିନ ହେଲା ଗ୍ରାମବାସୀଙ୍କ ଜଳ କଷ୍ଟ ଦୂର କରିବା ପାଇଁ ବସୁଧା ପ୍ରକଳ୍ପ ନିର୍ମାଣ କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ।
ତେବେ ଦୀର୍ଘ ଦିନରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ ବିଭାଗ ଅଧିକାରୀ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ ଶୀଘ୍ର ଟାଙ୍କି ନିର୍ମାଣ ସହିତ ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କାର୍ଯ୍ୟ ଆରମ୍ଭ ନକଲେ ବିଭାଗୀୟ କାର୍ଯ୍ୟଳୟରେ ତାଲା ପକାଇବେ ବୋଲି ଗଣମାଧ୍ୟମ ପାଖରେ ପ୍ରତିକ୍ରିୟା ରଖିଛନ୍ତି।
ଉପାନ୍ତ ଅଞ୍ଚଳର ଗରିବ ଆଦିବାସୀମାନେ ଯେଉଁମାନେ ଖୋଟିଲେ ପରିବାର ପ୍ରତିପୋଷଣ କରନ୍ତି ସେମାନେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ନିଜର କାର୍ଯ୍ୟ ଛାଡି ବାରମ୍ବାର ପାଣି ପାଇଁ ଆସିବାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଆଜି ଗ୍ରାମବାସୀ ଦାବି ଉପସ୍ଥାପନ କରିବା ସମୟରେ ପାଞ୍ଚୁରାମ ଟୁଡୁ, ବିକ୍ରମ ବେଶ୍ରାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ସମାପ୍ତ ନକଲେ ଆର୍ ଡବ୍ଲୁଏସଏସ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା ନେଇ ଚେତାବନୀ ଦେଇଛନ୍ତି।
Mayurbhanj