ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଦୁର୍ଗମ ଅଞ୍ଚଳରେ ବସୁଧା ପାଲଟିଛି ପ୍ରହସନ। ଗାଁ  ମୁଣ୍ଡରେ ଛିଡ଼ାହୋଇ ଗ୍ରାମବାସୀଙ୍କ ଜଳ କଷ୍ଟକୁ କରୁଛି ଦ୍ବିଗୁଣିତ। ଏଠି ଠିକାଦାର ମାଲାମାଲ। କିନ୍ତୁ ଗ୍ରାମବାସୀ ବିଶୁଦ୍ଧ ପାଣି ଟୋପାଏ ପାଇଁ ବେହାଲ। ଗାଁ ମୁଣ୍ଡରେ ଛିଡା ହୋଇ ସଭା ବର୍ଦ୍ଧନ କରୁଛି ବସୁଧା ଟାଙ୍କି। ମାତ୍ର ଅଧିକାରୀଙ୍କ ଅପାରଗତା ପାଇଁ ଲୋକେ ଭଗୁଛନ୍ତି ଜଳ ଯନ୍ତ୍ରଣା। ଟାଙ୍କି ନିର୍ମାଣ ସଂପୂର୍ଣ୍ଣ ହେବା ହୋଇଥିଲେ ମଧ୍ୟ ଜନସାଧାରଣଙ୍କୁ ମିଳି ପାରୁନି ବିଶୁଦ୍ଧ ପାଣି। ସତେ ଯେପରି ଗରିବଙ୍କୁ ଛିଡା ହୋଇ ଉପହାସ କରୁଛି। ସୂଚନା ଫଳକ ବିହୀନ ବସୁଧା ପ୍ରକଳ୍ପ। ସ୍କୁଲ ପାଚେରୀ ଭିତର ନଳକୂଅ ଦୂର  କରୁଛି ଗ୍ରାମବାସୀଙ୍କ ଜଳ କଷ୍ଟ। ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭାଗ ଦୂର କରି ପାରୁନି ଜଳ କଷ୍ଟ ।

Advertisment

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଶଶ ଗ୍ରାମ ପଞ୍ଚାୟତର ପାହାଡ଼ପୁର  ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ  ବହଳଦା ଜଳ ଜଗାଣ ଅଧୀନରେ ଏହି ଗ୍ରାମରେ ଦୀର୍ଘ ଦିନରୁ ବସୁଧା ଟାଙ୍କି ନିର୍ମାଣ ହୋଇ ସାରିଛି ମାତ୍ର ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା ପାଇଁ ଗ୍ରାମରେ ଲମ୍ବା ଲମ୍ବା ପାଇପ ପଡି ଦୀର୍ଘ ୩ ବର୍ଷ ହେଲା ଅଧପନ୍ତରିଆ ପଡ଼ି ରହିଛି ଏବଂ ଗ୍ରାମର ୨୦୦ରୁ ଊର୍ଦ୍ଧ୍ବ ପରିବାର ସ୍କୁଲ ପାଚେରୀ ଡେଇଁ ଜୀବନକୁ ବାଜି ଲଗାଇ ଜଳ କଷ୍ଟ ଦୂର କରୁଛନ୍ତି। 

publive-image

ବହଳଦା ଜଳ ଜଗାଣ ଅଧୀନରେ ଏହି ଗ୍ରାମରେ ଦୀର୍ଘ ଦିନରୁ ବସୁଧା ଟାଙ୍କି ନିର୍ମାଣ ହୋଇ ସାରିଛି ମାତ୍ର ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା ପାଇଁ ଗ୍ରାମରେ ଲମ୍ବା ଲମ୍ବା ପାଇପ ପଡି ଦୀର୍ଘ ୩ ବର୍ଷ ହେଲା ଅଧପନ୍ତରିଆ ପଡ଼ି ରହିଛି ଏବଂ ଗ୍ରାମର ୨୦୦ରୁ ଊର୍ଦ୍ଧ୍ବ ପରିବାର ସ୍କୁଲ ପାଚେରୀ ଡେଇଁ ଜୀବନକୁ ବାଜି ଲଗାଇ ଜଳ କଷ୍ଟ ଦୂର କରୁଛନ୍ତି।

ତେବେ ସରକାର ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଅଧିକାରୀଙ୍କ ମନମୁଖୀ କାର୍ଯ ପାଇଁ ୬ଟି  ଗ୍ରାମର ହଜାର ହଜାର ଲୋକେ ଭଗୁଛନ୍ତି ଜଳ ଦୁର୍ଦଶା। ତେବେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗ କାହିଁକି ଦାୟିତ୍ୱ ହୀନତା ସାଜି  ବସିଛି ବୋଲି ପ୍ରଶ୍ନ ଉଠାଇ ଛନ୍ତି ଗ୍ରାମବାସୀ। କୋଟିକୋଟି ଟଙ୍କାର ବସୁଧା ଟାଙ୍କି କାହା ପାଇଁ ତାହା ବଡ ପ୍ରଶ୍ନ ଏବଂ ଯଦି ସାଧାରଣ ଲୋକଙ୍କ ପାଇଁ ହେଲେ କେବେ ମିଳିବ ବସୁଧାରୁ ପାଣି ତାହା ମଦ୍ଧ ବଡ଼ ପ୍ରଶ୍ନ ଏବଂ ଯଦି ଲୋକଙ୍କ ସ୍ୱାର୍ଥରେ ତେବେ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ଏହା ମଧ୍ୟ ବଡ ପ୍ରଶ୍ନ। ତେଣୁ ଗ୍ରାମବାସୀ ନୂତନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯଥା ଶୀଘ୍ର ଜଳ ଯାଗାଇବା ପାଇଁ ଏବଂ ମନ୍ଥର ଗତିରେ କାର୍ଯ କରୁଥିବା ଅଧିକାରୀଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଉପସ୍ଥାପନ କରିଛନ୍ତି।