କିଏ ହେବେ ରାଇରଙ୍ଗପୁରରୁ ଜେଏମଏମର ବିଧାନସଭା ପ୍ରାର୍ଥୀ!

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବିଜେପି, ଜେଏମଏମ ଓ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେତିକି ସକ୍ରିୟ ହୋଇ ଉଠୁଛନ୍ତି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ ଏବଂ ପଡ଼ୋଶୀ ଝାରଖଣ୍ଡ ରାଜ୍ୟ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ସହିତ ମିଶିକି ଅଛି। ସେଠାରେ ବର୍ତ୍ତମାନ ଜେଏମଏମ ଦଳ ସରକାର ଗଠନ କରିଛି। ଏନେଇ ରାଇରଙ୍ଗପୁରରେ ମଧ୍ୟ ଜେଏମଏମର ଦବଦବା ଅଧିକ ରହିଛି, ଯାହା ଫଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ଅବସରପ୍ରାପ୍ତ ଓଏଏସ୍ ନାରାୟଣ ମୁର୍ମୁ , ସୁନାରାମ ଟୁଡୁ ( ଅବସରପ୍ରାପ୍ତ ଶିକ୍ଷକ ) ଘର ବହଳଦା ବ୍ଳକ ଅନ୍ତର୍ଗତ ମଲ୍ଲିକେଡମ୍ ଗ୍ରାମ , ଧନମଣି ମୁର୍ମୁ ( ଆସେକାର ପୂର୍ବତନ ସଭାପତି ) ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମରେ ଘର , ଶ୍ୟା ମ କିସ୍କୁ ( କୁସୁମୀ ବ୍ଲକର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ) ବାଦାମପାହାଡ଼ ଅନ୍ତର୍ଗତ ତଲକପୋଖରୀରେ ଘର, ସୁନିଲ ମାଝୀ ( ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ) ବିଜାତଳା ବ୍ଳକ ନୁସାଡିହିରେ ଘର , ଘନଶ୍ୟାମ ପିଙ୍ଗୁଆ ( ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ) ଜାମଦା ବ୍ଳକ କୁଚେଇପାଳ ଗ୍ରାମରେ ଘର ଜଣାପଡ଼ିଛି। ତେବେ ସମସ୍ତଙ୍କ ମଧ୍ୟରୁ ଅବସରପ୍ରାପ୍ତ ଏଡିଏଏମ୍ ନାରାୟଣ ମୁର୍ମୁ ଓ ଅବସରପ୍ରାପ୍ତ ଶିକ୍ଷକ ସୁନାରାମ ଟୁଡୁଙ୍କ ମଧ୍ୟରୁ କେହି ଜଣେ ପ୍ରାର୍ଥୀ ହୋଇପାରନ୍ତି।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଓଡ଼ିଶାର ଜେଏମଏମ ଦଳରୁ ଜଣେ ଉଚ୍ଚଶିକ୍ଷିତ ଅବସରପ୍ରାପ୍ତ ଏଡିଏମ୍ ନାରାୟଣ ମୁର୍ମୁ ବିଧାୟକ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି। ଦଳର ସଂଗ୍ରାମୀ ନେତାମାନଙ୍କର ଲମ୍ବାଧାଡ଼ି ରହିଥିବା ବେଳେ ଅବସରପ୍ରାପ୍ତ ଏ ଡି ଏମ୍ ଶ୍ରୀ ମୁର୍ମୁ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ଓଡ଼ିଶାରେ ବିଭିନ୍ନ ସରକାରୀ ବିଭାଗରେ ରହି ଦାୟିତ୍ୱ ନିର୍ବାହ କରି ସୁନାମ ଅର୍ଜନ କରିଛନ୍ତି। ସେହିପରି ଅବସରପ୍ରାପ୍ତ ଶିକ୍ଷକ ସୁନରାମ ଟୁଡୁ ମଧ୍ୟ ଶିକ୍ଷକ ଚାକିରି ଛାଡ଼ି ନିଜ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ବିଭିନ୍ନ ଜନହିତକର କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ପ୍ରିୟ ହୋଇଛନ୍ତି। ଏଣୁ ଜେଏମଏମ୍ ଦଳରୁ ନାରାୟଣ କିମ୍ୱା ସୁନାରାମ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର