ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ପାଞ୍ଚଟି ରେଞ୍ଜର ମୋଟ ୧୪ଟି ସ୍ଥାନରେ ଶୀତକାଳୀନ ପକ୍ଷୀ ଗଣନା ଚାଲିଛି। ୧୧ ଗୋଟି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ନେଇ ସୂଚନା। କ୍ରମାନ୍ୱୟରେ ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ରହିଥିବା ବହଳଦା ରେଞ୍ଜର ପୋଖରୀଆ ଡ୍ୟାମ୍, ନେସା ଡ୍ୟାମ୍, ମରଣ୍ଡା ଜଳଭଣ୍ଡାର, ରାଇରଙ୍ଗପୁର ରେଞ୍ଜର ସୁଦର୍ଶନପୁର ଜଳ ଭଣ୍ଡାର, ଫିସାରି ବନ୍ଧ, ପାତେପାନୀ ଏମ୍ ଆଇ ପି, ମେଘନା ବନ୍ଧ ଟିକରପଡ଼ା, ବାଦାମପାହାଡ଼ ରେଞ୍ଜର ଆହାର ବନ୍ଧ, ଖଡଖାଇ ଡ୍ୟାମ୍, କେନ୍ଦୁପୋଖରୀ ବନ୍ଧ ,ମଣଦା ରେଞ୍ଜର ବାଙ୍କବଳ ଡ୍ୟାମ୍, ସାନ ଶିଆଳି ନଇ ଡ୍ୟାମ୍ ଏବଂ ବିଶୟ ଅଧୀନରେ ଥିବା ରାଜାବସା ବନ୍ଧ ଓ ବିଞ୍ଜଧର ଜଳ ପ୍ରପାତଠାରେ ଏକକାଳୀନ ପକ୍ଷୀ ଗଣନା ଚାଲିଥିବା କହିଛନ୍ତି ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ର କହିଛନ୍ତି।
ଆହୁରି ପଢ଼ନ୍ତୁ: Chilika Lake: ଚିଲିକାରେ ଏଥର ଜୁଟିଲେ ୧୧ ଲକ୍ଷ ୩୨ ହଜାର ୨୦୦ ବିହଙ୍ଗ
ଆହୁରି ପଢ଼ନ୍ତୁ: Hockey India League: ହକି ଇଣ୍ଡିଆ ଲିଗ୍: ବେଙ୍ଗଲ ଟାଇଗର୍ସର ରୋମାଞ୍ଚକର ବିଜୟ
ତେବେ ଖଡଖାଇ ଡ୍ୟାମ୍ ଠାରେ ୧୧ ଗୋଟି ପ୍ରଜାତିର ପ୍ରାୟ ୭ ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ଆଗମନ ହୋଇଥିବା ପକ୍ଷୀ ମାନଙ୍କ ପ୍ରଜାତି ହେଉଛି ଗ୍ରେଟ କଷ୍ଟେଡ ଗ୍ରେବ , ଟପଟେଡ ଡକ୍, ଗାଡୱାଲ,ଲିଟିଲ କର୍ମରାନ୍ଟ , ରେଡ୍ କଷ୍ଟେଡ ପଚାଡ, ହେରୋନ,କଟନ୍ ପିଗମିସ,ଗୁଏଜ, କମନ କିଙ୍ଗ , ଫିସାର, ଜାକାନା,ପିନ୍ଟେଲ ଆଦି ପ୍ରଜାତିର ବିଦେଶୀ ପକ୍ଷୀ ଆଗମନ କରିଛନ୍ତି । ବାଦାମପାହାଡ଼ ରେଞ୍ଜ ସୁଲେଇପାଟ ସେକ୍ସନ୍ ଖଡଖାଇ ଡ୍ୟାମ୍ ଠାରେ ବାଦାମପାହାଡ଼ ବନ୍ୟାଞ୍ଚଳର ସମସ୍ତ କର୍ମଚାରୀ ରହିଛନ୍ତି । ଆଜି ଖଡଖାଇ ବନ୍ଧ ଠରେ ପକ୍ଷୀ ଗଣନା ସମୟରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ସହିତ ବାଦାମପାହାଡ଼ ରେଞ୍ଜ ଅଫିସର ଅଜିତ କୁମାର ମହାନ୍ତି,ବନପାଳ କୁମୁଦେନ୍ଦୁ ମହାନ୍ତ ,ବନରକ୍ଷୀ ସୁଭଷ୍ମିତା ଗିରି, ରାଜେଶ କୁମାର ନାଏକ, ଜୁଲି କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/18/chilika-2026-01-18-21-47-37.jpg)