ବାରିପଦା: ରାଜ୍ୟରେ ଶୀତଲହରୀ ପୁଣି ଆରମ୍ଭ ହୋଇଯାଇଛି। ଗତ ୧୦ ତାରିଖ ଠାରୁ ଏହା ଅଧିକ ଅନୁଭୂତ ହେଉଛି। ମୟୂରଭଂଜ, କୋରାପୁଟ ଓ କନ୍ଧମାଳ ଜିଲ୍ଲାର ଲୋକଙ୍କୁ ଶୀତ ଅଧିକ କଲବଲ କରୁଛି। ବଣପାହାଡ଼ ଘେରା ଅଞ୍ଚଳରେ ସ୍ଥିତି ଆହୁରି ଉଦ୍ବେଗଜନକ ରହିଛି। ଶିମିଳିପାଳ ଜାତୀୟ ଉଭୟରାଣ୍ୟରେ ପାରଦ ସର୍ବନିମ୍ନ ୩ ଡିଗ୍ରି ରେକର୍ଡ କରାଯାଇଛି। ଅଭୟାରଣ୍ୟର ଉପର ବାର୍ହାକାମୁଡ଼ାରେ ଆଜି ତାପମାତ୍ରା ୩ ଡିଗ୍ରି ରେକର୍ଡ କରାଯାଇଥିବା ଜଣାପଡ଼ିଛି।
ଏହି ଖବର ପଢ଼ନ୍ତୁ: ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
ଚହଲାରେ ତାପମାତ୍ରା ୪ ଡିଗ୍ରି, ବରେହିପାଣିରେ ୭ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରୀ, ଗୁରଗୁରିଆରେ ୭ ଡିଗ୍ରି ଓ କିଆଝରିରେ ୧୨ ଡିଗ୍ରି ରେକର୍ଡ ହୋଇଛି।
ଏହି ଖବର ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନ ଗିରଫଦାରୀ ମାମଲାରେ ହସ୍ତକ୍ଷେପ କରିବେନି ମୁଖ୍ୟମନ୍ତ୍ରୀ
ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ବାହାରକୁ ଯିବ ଅସହଜ ମନେ ହେଉଛି। ସୂର୍ଯ୍ୟ ଥିବା ସମୟରେ ଟିକିଏ ଆରମ ଲାଗୁଛି। ତାପାମାତ୍ରା ହ୍ରାସ ପାଇବା ଯୋଗୁଁ ବୟସ୍କ ବ୍ୟକ୍ତି ଓ ଜୀବଜନ୍ତୁ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିଚାଲିଛି। ପରିସ୍ଥିତିରେ ଲୋକମାନେ ପ୍ରବଳ ଥଣ୍ଡାରୁ ରକ୍ଷାପାଇବାକୁ ବିଭିନ୍ନ ଉପାୟ ଅବଲମ୍ଵନ କରୁଛନ୍ତି ।
ଏହି ଖବର ପଢ଼ନ୍ତୁ: ବିମାନ ବିଳମ୍ବ ହେତୁ ଅଟକି ରହିଲେ ଶହ ଶହ ଯାତ୍ରୀ