ଶ୍ବଶୁର ଓ ସମାଜସେବୀଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ମହିଳା

ରୂପ୍‌ସା/ଗାନ୍ଧିଛକ: ରୁପ୍‌ସା ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳର ଜନୈକ ବିବାହିତା ମହିଳା ତାଙ୍କ ଶ୍ବଶୁର ଓ ସ୍ଥାନୀୟ ଜଣେ ସମାଜସେବୀଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଉଦ୍ୟମ ଭଳି ସଂଗିନ ଅଭିଯୋଗ ଆଣିଛନ୍ତି। ଏଭଳି ଅଭିଯୋଗ ଆଧାରରେ ରୂପ୍‌ସା ଥାନା ପୁଲିସ ଆଇପିସିର ଧାରା ୪୯୮(ଏ), ୩୨୩, ୨୯୪, ୩୫୪, ୫୦୬ ଓ ୩୪ରେ ଏକ ମାମଲା ରୁଜୁ କରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ଲାଗି ତଦନ୍ତ ଆରମ୍ଭ କରିଛି।
ନୂଆଗାଁ ଗ୍ରାମର ଅମୂଲ୍ୟ ରଣାଙ୍କ ପୁଅ ଦୀପକ ତିନିବର୍ଷ ତଳେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୁଣ୍ଟା ଗ୍ରାମର ମଞ୍ଜୁ(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ମଞ୍ଜୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବିବାହ ପରେ ତାଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇଥିଲା। ମାତ୍ର ଏହା ପରଠାରୁ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶ୍ବଶୁର ତାଙ୍କ ଉପରେ ଖରାପ ନଜର ପକାଇବା ସହ ଅଶାଳୀନ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏ ନେଇ ସେ ସ୍ବାମୀଙ୍କୁ ଜଣାଇଲେ ମଧ୍ୟ ତାଙ୍କ ସ୍ବାମୀ ଏ ସ˚ପର୍କରେ ଚୁପ୍‌ ରହିବାକୁ କହିଥିଲେ। ତେବେ ଶ୍ବଶୁରଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ‌ସେ ନିଜ ବାପଘରକୁ ଚାଲି ଯାଇଥିଲେ। ଏ ନେଇ ସେଠାରେ ଉଭୟ ପକ୍ଷ ମଧ୍ୟରେ ଏକ ବିଚାର ହୋଇଥିଲା। ଆଉ କୌଣସି ପ୍ରକାର ଖରାପ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ ବୋଲି ଶ୍ବଶୁର ଅମୂଲ୍ୟ ପ୍ରତିଶ୍ରୁତି ଦେବାପରେ ମଞ୍ଜୁ ଶାଶୂ ଘରକୁ ଫେରିଥିଲେ । ତେବେ ପରେ ଏ ସ˚ପର୍କରେ ମଧ୍ୟସ୍ଥତା କରୁଥିବା ସେହି ଗାଁର ସମାଜସେବୀ ମହାଦେବ ଦାସ ଏହାର ସୁଯୋଗ ନେଇ ତାଙ୍କ ସହିତ ଶାରିରୀକ ସ˚ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ବୋଲି ମଞ୍ଜୁ ଅାଜି ଲିଖିତ ଅଭିଯୋଗ କରିଛନ୍ତି।
ତେବେ ଏ ସ˚ପର୍କରେ ମହାଦେବ ଦାସଙ୍କୁ ଯୋଗାଯୋଗ କରିବାରେ ସେ ଏଭଳି ଅଭିଯୋଗ ସ˚ପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ ଏବଂ ତାଙ୍କୁ ବଦନାମ କରିବା ପାଇଁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର