ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡିଆ ଉପକଣ୍ଠ ନୂଆସାହି ଠାରେ କୌଣସି କାରଣରୁ ଜନୈକା ମହିଳା ଶୁକ୍ରବାର ଅପରାହ୍ନ ୨ଟା ପାଖାପାଖି ସମୟରେ ରେଳଧାରଣାରେ ଶୋଇପଡିବାରୁ ଚଳନ୍ତା ଟ୍ରେନରେ କଟି ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛିI ମୃତା ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ନୂଆସାହି ଗ୍ରାମର ପରମାନନ୍ଦ ସିଂଙ୍କ ସ୍ତ୍ରୀ ସିତୁ ଓରଫ କଟି ସିଂ(୪୬)l  

Advertisment

ଠାକୁରତୋଟ୍ଟା ଷ୍ଟେସନର ପହଞ୍ଚିବାର ଅବ୍ୟବହିତ ପୂର୍ବରୁ ସିତୁ ଓରଫ କଟି ସିଂ ଦୌଡି ଆସି ରେଳଧାରଣା ଉପରେ ମୁଣ୍ଡରଖି ଶୋଇପଡିଥିଲେl

ସୂଚନା ମୁତାବକ ନିଜର ଧାର୍ଯ୍ୟ ସମୟରେ ବାଙ୍ଗିରିପୋଷିରୁ ବାଲେଶ୍ଵର ଅଭିମୁଖେ ମେମୁଟ୍ରେନ ଯାଉଥିବା ବେଳେ ଅନତି ଦୂରରେ ଠାକୁରତୋଟ୍ଟା ଷ୍ଟେସନରେ ଅଟକିବାର ଥିଲାl ତେବେ ଠାକୁରତୋଟ୍ଟା ଷ୍ଟେସନର ପହଞ୍ଚିବାର ଅବ୍ୟବହିତ ପୂର୍ବରୁ ସିତୁ ଓରଫ କଟି ସିଂ ଦୌଡି ଆସି ରେଳଧାରଣା ଉପରେ ମୁଣ୍ଡରଖି ଶୋଇପଡିଥିଲେl

ଚଳନ୍ତା ଟ୍ରେନରେ କଟି ସିତୁ ଓରଫ କଟି ସିଂଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। ମେମୁଟ୍ରେନର ଲୋକପାଇଲଟଙ୍କ ଠାରୁ ସୂଚନାପାଇ ରୂପ୍ପା ଜଙ୍କସନରୁ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ସେତେବେଳକୁ ପରିବାର ଲୋକେ ମୃତଦେହ ରେଳଧାରଣାରୁ ଉଠାଇ ନେଇଥିଲେ। ପାରିବାରିକ କଳହରୁ କଟି ସିଂ ଏଭଳି ଚରମ ପଦକ୍ଷେପ ନେଇଥିବା ନେଇ ଅନୁମାନ କରାଯାଉଛିl

Mayurbhanj