ରାଇରଙ୍ଗପୁର: ଟାଟା-ବାଦାମପାହାଡ଼ ରେଳପଥର ମୟୂରଭଞ୍ଜଜିଲ୍ଲା ବହଳଦା ରୋଡ ରେଳଷ୍ଟେସନ ଓ ଅଁଳାଯୋଡ଼ି ଷ୍ଟେସନ ନିକଟସ୍ଥ ଛେଁଞ୍ଚେଳା ଗ୍ରାମ ନିକଟରେ ଟାଟା-ବାଦାମପାହାଡ଼ ଡିଏମ୍‌ୟୁ ଟ୍ରେନ୍‌ ଧକ୍କାରେ ଜଣେ ଅଜଣା ମହିଳାଙ୍କ ମୃତ୍ଯୁ ଘଟିଛି।

Advertisment

ମୟୂରଭଞ୍ଜ ଜିଲ୍ଲା ଅଁଳାଯୋଡି ରେଳ ଷ୍ଟେସନ ନିକଟସ୍ଥ୍ ଚେଞ୍ଚଡା ଗ୍ରାମ ନିକଟରେ ଯାଇଥିବା ରେଳ ଟ୍ରାକ ସଂଖ୍ଯା କେ.ଏମ୍ ନଂ- ୩୧୦/୧୮-୧୭ ସ୍ଥାନରେ ଦୂର୍ଘଟଣା ଘଟିଛି। 

ଦୁର୍ଘଟଣା ଘଟଣା ଖବର ପାଇବା ପରେ ବାଲେଶ୍ଵର ରେଳବାଇ ପୋଲିସ ମୃତକ ମହିଳାକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି। ଏହି ଘଟଣାରେ ରେଳବାଇ ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ।