ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଜାରଠାରୁ ୫ କିମି ଦୂରରେ ଥିବା ଜାତୀୟ ରାଜପଥ କଡର ହାଣ୍ଡି ପୁହାଣ ଛକ ନିକଟସ୍ଥ ପୋଖରୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଗତକାଲି ଅପରାହ୍ନରେ ଯଶିପୁର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଆଜି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନା ପଠାଇଛି। ଜଣେ ମଧ୍ୟ ବୟସ୍କା ମହିଳାଙ୍କୁ ହତ୍ୟା କରିବା ପରେ ପୋଖରୀ ଭିତରକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।
ଗତକାଲି ରାସ୍ତା କଡ ଢାବା ପଛ ପଟେ ଥିବା ଏକ ଛୋଟ ପୋଖରୀରେ ମୃତଦେହ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖି ପୁଲିସକୁ ଖବର ଦେଇଥିଲେ। ମୃତା ମହିଳାଙ୍କ ଶାଢ଼ିରେ ପଥର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏହି କଥାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ ହେଉଛି। ଏହି ହତ୍ୟାକାଣ୍ଡ ଘଟଣା ନେଇ ଥାନା ଅଧିକାରୀ କ୍ଷମା ସାଗର ପଣ୍ଡା ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କର ଏଯାବତ୍ ପରିଚୟ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)