ରାଇରଙ୍ଗପୁର : ପାଞ୍ଚଦିନ ଧରି ଫେରାର ରହିବା ପରେ ରାଇରଙ୍ଗପୁରର ନିର୍ଯାତିତା ନବବଧୂ ଯାମିନୀ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଯାମିନୀଙ୍କ ସ୍ୱାମୀ ଅବିନାଶ ଖେମ୍କା ଗତ ରାତିରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ୍ ଅବିନାଶଙ୍କୁ ଗିରଫ କରି ରାଇରଙ୍ଗପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରିଥିଲା। ତାଙ୍କ ଜାମିନ ପାଇଁ କେହି ଆବେଦନ ନକରିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଅଭିଯୁକ୍ତମାନଙ୍କ ଓକିଲାତିନାମା କେହି ଦାୟର କରିବେ ନାହିଁ ବୋଲି ଓକିଲ ସଂଘ ନିଷ୍ପତ୍ତି ନେଇଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି କହିଛନ୍ତି।
ଯାମିନୀ ହତ୍ୟାକାଣ୍ଡ ମାମଲା : ଆତ୍ମସମର୍ପଣ କଲେ ସ୍ୱାମୀ ଅବିନାଶ
/sambad/media/post_attachments/wp-content/uploads/2018/01/muder-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)