ଭାରସାମ୍ୟ ହରାଇ ବାଇକରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପୁନେଇତାଣ୍ଡି ଠାରେ ଭାରସାମ୍ୟ ହରାଇ ଏକ ବାଇକରୁ ପଡ଼ି ଜଣେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଯୁବକଜଣକ ବାଇକରେ ଘରକୁ ଫେରୁଥିବା ସମୟରେ ପୁନେଇତାଣ୍ଡିଠାରେ ଥିବା ବାଙ୍କ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ବାଇକଟି କିଛି ଦୂରରେ ପଡିଥିବା ବେଳେ ବାଇକ ଆରୋହୀ କିଛି ଦୂରରେ ପଡ଼ିଥିବା ସକାଳୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକମାନେ ନିକଟସ୍ଥ ମୋରଡା ଥାନା ପୁଲିସକୁ ଖବର ଦେଇଥିବା ଜଣାଯାଇଛି।  ବାଇକଚାଳକ  ହେଲେ ସାନମୁଣ୍ଡାବଣୀ ପଞ୍ଚାୟତ ଅଧୀନ ପରମାନନ୍ଦ ଗ୍ରାମର ଠାକୁର ହାଁସଦାଙ୍କ ପୁଅ ବାସୁ ହାଁସଦା। ସେ ଜଣେ ରାଜମିସ୍ତ୍ରୀ । ତେବେ ନିଛାଟିଆ ସ୍ଥାନରେ ଦୁର୍ଘଟଣା ଘଟିଥିବା ସହିତ ବାସୁ ପ୍ରବଳ ଶୀତରେ ରାତିତମାମ ପଡ଼ିଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ପୁଲିସର ତଦନ୍ତ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର