ମୟୂରଭଞ୍ଜ: ଗଛରୁ ପଡ଼ି ଯୁବକ ମୃତ, ଡାଳ କାଟିବା ପାଇଁ ଗଛକୁ ଚଢ଼ିଥିଲେ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ାଥାନା ଅନ୍ତର୍ଗତ ମୋରଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗଛକୁ ଡାଳ କାଟିବା ପାଇଁ ଚଢ଼ିଥିବା ଜନୈକ ଯୁବକ ଗଛରୁ ଖସିପଡ଼ିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।  ମୃତକ ଜଣକ ହେଉଛନ୍ତି ସୃଷ୍ଟିଧର ଦେହୁରୀ (ମୂଷା)ଙ୍କ ପୁଅ ମିଲୁ ଦେହୁରୀ(୩୮)।

ମିଲୁ ଆଜି ଉକ୍ତ ଗ୍ରାମ ୟର ହରିଜନ ସାହି (ମୋରଡ଼ା ଡାକ୍ତରଖାନା ପାଖ ସୁଇପର କଲୋନୀ) ପାଖରେ ଥିବା ସରକାରୀ ଜାଗାରେ ଥିବା ଏକ  ଗଛକୁ ଡାଳ କ‌ାଟିବାକୁ ଚଢ଼ିଥିଲେ। ତେବେ କୌଣସି କାରଣରୁ ତାଙ୍କର ଗୋଡ଼ ଖସିଯିବାରୁ ପ୍ରାୟ ୫୦ ଫୁଟ ଉଚ୍ଚରୁ ତଳକୁ  ଖସିପଡି ଥିଲେ ସେ। ଗଛରୁ ପଡ଼ି  ଗୁରୁତର ଭାବେ ଆହତ ହେବା ସହିତ ତାଙ୍କ ଛାତି ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଯାହାଫଳରେ  ଘଟଣାସ୍ଥଳରେ ହିଁ ମିଲୁଙ୍କର ଶୋଚନୀୟ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି। ଖବର ପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Comments are closed.