ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଚିତ୍ରଡା: ମୋରଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ୨୦ ବର୍ଷୀୟ ଯୁବତୀ ଜଣକ ନିଜ ଘରେ ଥିଲେ। ଏତିକିବେଳେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କାଟୁଣୀ ଗ୍ରାମର ଗୋବର୍ଦ୍ଧନ ବେଶ୍ରାଙ୍କ ପୁଅ ଜାନକୀ ବେଶ୍ରା (୩୫) ସଂପୃକ୍ତ ଯୁବତୀଙ୍କୁ ଘରୁ ଜୋର୍‌ଜବରଦସ୍ତ ଗତ ମାସ ୨୪ ତାରିଖରେ ଉଠାଇ ଆଣିଥି‌ଲା। କାଟୁଣୀ ସ୍ଥିତ ନିଜ ଘରକୁ ନେଇଯାଇ ସେଠାରେ ଯୁବତୀଙ୍କୁ ଏକାଧିକ ବାର ଜାନକୀ ଦୁଷ୍କର୍ମ କରିଥିଲା। ଏନେଇ ଯୁବତୀ ଜଣକ ଗତ ଗୁରୁବାର ରାତିରେ ମୋରଡା ଥାନାରେ କରିବା ପରେ ପୁଲିସ ଥାନା କେସ୍‌ ନଂ. ୮୯/୧୮ ମୂଳେ ଦଫା ୩୪୪, ୩୫୬, ୩୭୬, ୫୦୬ ଆଇପିସିରେ ଏକ ମାମଲା ରୁଜୁ କରିଛି। ତେବେ ଅଭିଯୁକ୍ତ ଯୁବକକୁ ପୁଲିସ ଏଯାଏ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର