ଯୁବକଙ୍କୁ ନିର୍ମମ ହତ୍ୟା

ଶୁକୃଳି/ଖିଚିଂ : ଶୁକୃଳି ବ୍ଲକ ଅନ୍ତର୍ଗତ ପଣ୍ଡାବିଲା ଗ୍ରାମ ନିକଟ ବିଲ ମଝିରେ ଜଣେ ଯୁବକଙ୍କ ମୃତ ଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଅର୍ଜୁନବିଲା ପଞ୍ଚାୟତ ଉଳେଇକୁଣ୍ଡି ଏକଘରି ଗ୍ରାମର ମଣ୍ଟୁ ସି (୧୯) ବୋଲି ଜଣାପଡିଛି।

ଖବରରୁ ଜଣାପଡିଛି, ଯୁବକ ଜଣକ ଗତକାଲି ଖିଚିଂ ଜାଗରଯାତ୍ରା ପଡିଆକୁ ଯାତ୍ରା ଦେଖିବା ପାଇଁ ଆସିଥିଲା। ସେଠାରୁ ଦେଢ଼ କିମି ଦୂର ପଣ୍ଡାବିଲା ଗ୍ରାମ ସ୍କୁଲ ନିକଟରେ ରାତି ୨ଟା ସମୟରେ ଏକୁଟିଆ ବସିଥିବା କିଛି ଲୋକ ଦେଖିଥିଲେ। ମାତ୍ର ସକାଳେ ତାଙ୍କ ମୃତ ଦେହ ଗାଁମୁଣ୍ଡରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ରରୁଆଁ ପୁଲିସ ଖବର ଦେଇଥିଲେ। ଥାନାଧିକାରୀ ପାସ୍କା ଏକ୍କା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ମାମଲା ରୁଜୁ କରିଛି। ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ବ୍ୟାପାରକୁ ନେଇ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଏଭଳି କାଣ୍ଡ ଭିଆଇଥିବା ଅପରାଧୀକୁ ତୁରନ୍ତ ଗିରଫ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର