ସମ୍ବଲପୁର: ଆବର୍ଜନା ସଂଗ୍ରହ ନିମନ୍ତେ ଏମ୍‌ସିଏଲ୍ ପକ୍ଷରୁ ସମ୍ବଲପୁର ମହାନଗର ନିଗମକୁ ୧୦ଟି ବ୍ୟାଟେରିଚାଳିତ ଗାଡ଼ି(ବିଓବି) ପ୍ରଦାନ କରାଯାଇଛି। ଏଥି ପାଇଁ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପରିବେଶ ଅନୁକୂଳ ସ୍ବଚ୍ଛତା ଅଭିଯାନକୁ ପ୍ରୋତ୍ସାହନ ଦେବା ନିମନ୍ତେ ସିଏସ୍ଆର୍‌ ପାଣ୍ଠିରୁ ଏହି ଗାଡ଼ିଗୁଡ଼ି ପ୍ରଦାନ କରାଯାଇଛି।

Advertisment

ମହିଳା ସଶକ୍ତିକରଣ ଦିଗରେ ବି ଏହା ସହାୟକ ହେବ। ଏସ୍‌ଏମ୍‌ସି କମିସନର ବେଦଭୁଷଣ, ଏମ୍‌ସିଏଲ୍‌ର ମହାପ୍ରବନ୍ଧକ(ସିବିଲ/ସିଏସ୍‌ଆର୍‌) ଆର୍‌.କେ.ପାଣିଗ୍ରାହୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସେହିପରି ଏମ୍‌ସିଏଲ୍‌ ଜାଗୃତି ମହିଳା ମଣ୍ଡଳ ପକ୍ଷରୁ ଫୁଲଝରଣ ଆଶ୍ରମରେ ରହୁଥିବା ବାଳିକାମାନଙ୍କୁ ପୋଷାକ ପ୍ରଦାନ କରାଯାଇଛି।ଏହାର ଅଧ୍ୟକ୍ଷା ପଦ୍ମଜା ସିଂହ, ଉପାଧ୍ୟକ୍ଷା ସରିତା ପଟେଲ, ରଶ୍ମୀ ବେହୁରା, ଅଂଜଳୀ ବାପଟ ଏହି ଅବସରରେ ଉପସ୍ଥିତ ଥିଲେ।