ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାବୁ

ବନ୍ଧୁଗାଁ: ଚାଷୀଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ | କୋରାପୁଟ ଜିଲ୍ଲାର ବନ୍ଧୁଗାଁ-ଆଲମଣ୍ଡାର ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଆର ରାମକୃଷ୍ଣ ଜଣେ ଧାନ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ପରିଚାଳନା ନିର୍ଦ୍ଦେଶକ ଜଣକ ଜଣେ ଧାନ ଚାଷୀଙ୍କୁ ଧାନ କିଣା ବାବଦରେ ଲାଞ୍ଚ ମାଗିଥିଲେ |

ଏହା ସହ ଲାଞ୍ଚ ନ ଦେଲେ ଆଗାମୀ ଖରିଫ୍‌ ଋତୁରେ ଧାନ ବିକ୍ରୟ କରିବା ନିମନ୍ତେ ମଣ୍ଡିରେ ତାଙ୍କର ପଞ୍ଜିକରଣ କରାଯିବ ନାହିଁ ବୋଲି ମଧ୍ୟ ସେ ଉକ୍ତ ଚାଷୀଙ୍କୁ ଧମକ ଦେଇଥିଲେ। ଆଉ ଏନେଇ ଭିଜିଲାନ୍ସକୁ ଚାଷୀ ଜଣକ ସୂଚନା ଦେଇଥିଲେ | ଆଜି ଆର ରାମକୃଷ୍ଣ କେମିକାଲ ବୋଳା ଟଙ୍କା ଲାଞ୍ଚ ଭାବେ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା | ତାଙ୍କ ନାମରେ କୋରାପୁଟ ଭିଜିଲାନ୍ସରେ ୨୭/୨୦୨୨ରେ ଏକ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଛି |

ସମ୍ବନ୍ଧିତ ଖବର