କେନ୍ଦୁଝର: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବ ଡିଏମଏଫ   

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ହେବ କାର୍ଯ୍ୟକ୍ରମ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ ସୌଜନ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ଠାରୁ ମାଗଣାରେ ମଧ୍ୟାହ୍ନ ଭୋଜନ, ୟନିଫର୍ମ ପୋଷାକ ଓ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇଛନ୍ତି । ଏତଦବ୍ୟତୀତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷାରେ ଦଶମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପ୍ରଦର୍ଶନ କରିବେ, ସେମାନଙ୍କୁ ପରୀକ୍ଷାରେ ରଖିଥିବା ମାର୍କ ଅନୁଯାୟୀ ଡିଏମଏଫ ତରଫରୁ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡ଼ୁଥିବା ପିଲାମାନଙ୍କୁ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଇବା, ଛାତ୍ରଛାତ୍ରୀମାନଙ୍କର କିଶୋର ଅବସ୍ଥାରେ ଆବଶ୍ୟକୀୟ ପୁଷ୍ଟି ସାଧନ ଏବଂ ସେମାନଙ୍କୁ ହାଇସ୍କୁଲ ପାଠପଢ଼ା ସଫଳତାର ସହ ସଂପୂର୍ଣ୍ଣ କରିବା ନିମନ୍ତେ ଉତ୍ସାହିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କାରଣ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲାଙ୍କ ମଧ୍ୟରୁ ୬୦ରୁ କମ କିଲା ଦଶମ ଶ୍ରେଣୀ ପରେ ପାଠପଢ଼ା ଜାରି ରଖିଥାଆନ୍ତି । ଏହାର ମୁଖ୍ୟ କାରଣ ହେଉଛି- ଅଷ୍ଟମ ଶ୍ରେଣୀ ପରେ ପିଲା ମାଗଣାରେ ପାଠ୍ୟପୁସ୍ତକ, ୟୁନିଫର୍ମ ପୋଷାକ ଏବଂ ମଧ୍ୟାହ୍ନ ଭୋଜନ ସୁବିଧା ପାଇନଥାନ୍ତି ।

ସମ୍ବନ୍ଧିତ ଖବର