ଜିଲ୍ଲାସ୍ତରୀୟ ଗଣମାଧ୍ୟମ ୱାକସପ୍‌: ସତର୍କ ହୋଇ କାର୍ଯ୍ୟ କରୁ ଉଭୟ ଗଣମାଧ୍ୟମ

କୋରାପୁଟ: ଜିଲ୍ଲାରେ ରହିଥିବା ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ତାର ସୀମା ମଧ୍ୟରେ ରହି କାର୍ଯ୍ୟ କରୁ। ସୁପ୍ରିମକୋର୍ଟଙ୍କ ଆଇନକୁ ମାନି ସାମ୍ବାଦିକତା କରୁ। ସୀମା ଲଙ୍ଘି କାର୍ଯ୍ୟ କଲେ ଏହା ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ବଡ ବିପଦ ଆସିବ। ଖାଲି ଯେ ବିପଦ ଆଣିବ ତାହା ନୁହେଁ ସମାଜରେ ବଡ ତାରତମ୍ୟ ଦେଖା ଦେବ। ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ୱାକସପ୍‌ରେ ଏହି ମତ ପକ୍ରାଶ ପାଇଛି। ସିବ୍ଲୁସି ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ, ସିଡିପିଓ ରାଜଶ୍ରୀ ଦାଶ, ସିଡବ୍ଲୁସି ସଦସ୍ୟ ପ୍ରଭାତ କୁମାର ବିଡିକା, ଧର୍ମେନ୍ଦ୍ର ଜେନା, ଡିସିପିୟୁର ବରିଷ୍ଠ ଅଧିକାରୀ ଏନ.କେ ମଣ୍ଡଳ, ଏକତା ସଂସ୍ଥା ପକ୍ଷରୁ ଦୁର୍ଗା ପ୍ରଦାନ ମହାନ୍ତି, ଦୁର୍ଯ୍ୟ‌ୋଧନ ରାଉତ, ଗୀତା ପଟ୍ଟନାୟକ, ଅର୍ଜୁନ ଗୌଡ, ସତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତି ରହି ଶିଶୁ ଓ ମହିଳାଙ୍କ ସୁରକ୍ଷା‌ କପରି କରାଯାଇପାରିବ ତାହାର ଉପରେ ମତ ରଖିଥିଲେ।

ଏହାସହ ଗଣାମାଧ୍ୟମ ପ୍ରତିନିଧିମାନେ ‌କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ କେଉଁ କେଉଁ ବିଷୟ ପ୍ରତି ସଜାଗ ରହିବା ଜରୁରୀ ତାହା ଉପରେ ଆଲୋଚପକାତ କରାଯାଇଥିଲା। ଏହାସହ ଶିଶୁକୁ ଯୌନ ଉତ୍ପିଡନରୁ ରକ୍ଷା କରିବାକୁ ହୋଇଥିବା ଆଇନ ଉପରେ ବିଷ‌ଦ ଭାବେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର