ଯାଜପୁରସଦର : ବହୁ ପ୍ରତୀକ୍ଷିତ ଯାଜପୁର ମେଡିକାଲ କଲେଜ ପାଇଁ ଆଜି କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଯାଜପୁର ସହରରେ ଖୁସିର ପରିବେଶ ସୃଷ୍ଟି ହୋଇଛି । ଦୀର୍ଘଦିନରୁ ଯାଜପୁରରେ ଏକ ମେଡିକାଲ କଲେଜ ହେଉ ବୋଲି ଆଶା ରଖିଥିଲେ। ଯାହାକି ଆଜି ସଫଳ ହୋଇଛି। ଏହି ମେଡିକାଲ କଲେଜ ୨୫ ଏକର ପରିମିତ ଜମିରେ ୪୨୬କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ବିନିମୟରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଭେଷଜ ମେଡିକାଲ କଲେଜ ଏବଂ ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ ଗୃହ ନିର୍ମାଣ ହେବ । ଯାହାକି ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଆଜି ନିଷ୍ପତି ହୋଇଛି । ଏଥିପାଇଁ ଯାଜପୁରରେ ଧନ୍ୟବାଦ୍ ନବୀନ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିପାଇଁ ଯାଜପୁର ବିରଜା ମନ୍ଦିର ଠାରେ ସେବାୟମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପ୍ରସ୍ଥାବିତ ମେଡିକାଲ କଲେଜ ସ୍ଥାନରେ ଆତସବାଜୀ କାର୍ଯ୍ୟକ୍ରମ କରାଯାଇଛି । ଏଥି ସହିତ ଯାଜପୁର ସହରର ପ୍ରତିଟି ପୂଜା କମିଟି ଓ ପ୍ରତିଟି ଘର ଆଗରେ ଦୀପ ଜଳାଇ ଏହି ଉପହାରକୁ ସ୍ବାଗତ କରିଥିଲେ। ଏହି ଅବସରରେ ସହରର ବିଭିନ୍ ଗଳିକନ୍ଦିକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଥିଲା। ସଂଧ୍ୟାରେ ପବିତ୍ର ବୈତରଣୀର ଦଶାଶ୍ୱମେଧ ଘାଟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବୈତରଣୀ ଆଳତୀ କରାଯାଇଥିଲା। ଏଥି ସହିତ ଘାଟ ପରିସରରେ ଶହଶହ ଦୀପ ଓ ମହବତୀ ଲଗାଇ ଶତାଧିକ ମହିଳା ଏହାକୁ ସ୍ବାଗତ କରିଥିଲେ। ଅନ୍ୟ ପଟେ ଯାଜପୁର ବିଧାୟକ ଏପରି ଉପହାର ପାଇଁ ଜିଲ୍ଲାବସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହ ଯାଜପୁର ସହରର ସହିତ ପୁରା ଜିଲ୍ଲା ବିକାଶ ଧାରା ଜାରି ରହିବ। ଇଏ ମାତ୍ର ଆରମ୍ଭ ବୋଲି ମତ ରଖିଛନ୍ତି।
ଯାଜପୁରର ବିକାଶ ଜାରି ରହିଛି। ଆଗକୁ ଜାରି ରହିବ। ଜିଲ୍ଲାବାସୀଙ୍କ ସହଯୋଗରେ ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହୋଇ ଛିଡା ହେବ। ମୁଁ ଯାଜପୁରବାସୀ ଭାବେ ଯାଜପୁର ମେଡିକାଲ କଲେଜର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଋୁଣି। -ଭବ ପ୍ରସାଦ ଦାସ, ପୂର୍ବତନ ପୌରାଧ୍ୟକ୍ଷ
ଆଜି ବହୁତ ଖୁସିର ଦିନ। କାରଣ କ୍ୟାବିନେଟରେ ମେଡିକାଲ କଲେଜକୁ ମଂଜୁରୀ ମିଳିଛି। ଯାହାକି ଜିଲ୍ଲାବାସୀଙ୍କ ଏକ ଦୁଃଖ ଦୂର ହୋଇଛି। ରୋଗୀ ଟିଏକୁ କଟକ ନେଇ ଯିବାର ଦୁଃଖକୁ ଖୁବଶୀଘ୍ର ଜିଲ୍ଲାବାସୀ ଭୁଲି ଯିବେ। କାରଣ ୩ ବର୍ଷରେ ଯାଜପୁରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। -ରାଜୀବ ମହାନ୍ତି, ଆଇନୀଜୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-14-at-21.43.58-1.jpeg)