କୋରାପୁଟ: ପାଚେରୀ ଭୁଶୁଡିଯିବାରୁ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ | ମିଳିଥିବା ସୂଚନା ମୁତାବକ କୋରାପୁଟ ସହରରେ ଗତ ରାତିରେ ପ୍ରବଳ ବର୍ଷା ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପାଚେରୀ ଭାଙ୍ଗି ଯିବାରୁ ସହରର ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଛି |
ମୃତ ଯୁବକ ଜଣକ ଜଣେ ହୋଟେଲ ବ୍ୟବସାୟୀ ହୋଇଥିବାବେଳେ ସେ ସେହି ବାଟ ଦେଇ ଗଲାବେଳେ ତାଙ୍କ ଉପରେ ପାଚେରୀ ପଡିଯିବାରୁ ସେ ଗୁରୁତର ହୋଇଥିଲେ । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଯାଇଛି | ଏହାଛଡା ଦିଲ୍ଲୀପ କୁମାର ଲେଙ୍କା ନାମକ ବ୍ୟକ୍ତିଙ୍କର କାରଟି ମଧ୍ୟ କ୍ଷତିଗସ୍ତ ହୋଇଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/1aee054a-a9ca-4ae9-9b30-81809dafc384.jpg)