କନ୍ଧମାଳ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

ମିଳିତ ନାଗରିକ କମିଟି ପକ୍ଷରୁ ଶାନ୍ତି ଶୋଭାଯାତ୍ରା ସହ ଦାବିପତ୍ର ପ୍ରଦାନ

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଖି ଆଗରେ ରଖି ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମିଳିତ ନାଗରିକ କମିଟି ପକ୍ଷରୁ କିଛି ଦିନ ହେଲା ଦାବି ଜୋର ଧରି ଥିବା ବେଳେ ଶନିବାର ଏକ ଶାନ୍ତି ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆଜି ଘୁ.ଉଦୟଗିରି ସହରର ଗାନ୍ଧୀ ଛକ ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା, ଯେଉଁଥିରେ ବ୍ୟବସାୟୀ ସଂଘ, ଅଟୋ ମାଲିକ ସଂଘ, ଓକିଲ ସଂଘ, ମଟର ଚାଳକ ସଂଘ, ବୁଦ୍ଧିଜୀବୀ, ସାଧାରଣ ନାଗରିକମାନେ ସାମିଲ ରହି ଶୋଭାଯାତ୍ରାରେ ଭାଗ ନେଇ ସହର ପରିକ୍ରମା କରି ବ୍ଲକରେ ପହଂଚିଥିଲେ।

ସମିର କୁମାର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ମା’ ବରାଳିନୀ ଅଟୋ ମାଲିକ ସଙ୍ଘର ସଭାପତି ବାଳକୃଷ୍ଣ ମହାନ୍ତି, ସମ୍ପାଦକ ସୁଜିତ ସାହୁ, ମଟର ଚାଳକ ସଂଘ ସଭାପତି କମଳ କୁମାର ସାହୁ, ଓକିଲ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, କୁଇ ସମାଜ ନେତା ପ୍ରଦୀପ କଂହର, ବ୍ୟବସାୟୀ ସଂଘ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବସନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅମର ସିଂ ନାୟକ, କାଳୁ ଚରଣ ପଣ୍ଡା, ଦ୍ଵିଜେନ୍ଦ୍ରନାଥ ପ୍ରଧାନ, ସଞ୍ଜୟ ସୁବୁଦ୍ଧି, ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ଶାନ୍ତି ଶୋଭାଯାତ୍ରାରେ ଭାଗ ନେଇଥିଲେ।

ଶୋଭାଯାତ୍ରା ବ୍ଲକ କାର୍ଯ୍ୟଳୟ ଠାରେ ପହଂଚି ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ଏକାଉଣ୍ଟେଣ୍ଟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ସ୍ୱାସ୍ଥ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ, ସ୍ଥାନୀୟ ବିଧାୟକ ଏବଂ କନ୍ଧମାଳ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର