ସଡ଼କ ଦୁର୍ଘଟଣାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ନଳାଙ୍ଗ : କଲେଇ ପଂଚାୟତର କଲେଇ ଗ୍ରାମରର ରଞ୍ଜନ କୁମାର ପ୍ରଧାନଙ୍କ ଏକମାତ୍ର ପୁଅ ଶୁଭମ୍ ପ୍ରଧାନ ସୋନୁଙ୍କର ୨୪ ବର୍ଷ ବୟସରେ ଭୁବନେଶ୍ୱରରେ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁଭମ ଥିଲେ ଜଣେ ଡାକ୍ତରୀ ଛାତ୍ର। ଏଥି ସହ ସେ ସମାଜସେବାରେ ଜଡ଼ିତ ଥିଲେ।ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ କରାଯାଇଥିଲା। ଏହି ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଥିଲା । କଲେଇ ଯୁବକସଙ୍ଘ ପକ୍ଷରୁ ନିରବ ପ୍ରାର୍ଥନା ସହ କ୍ୟାଣ୍ଡେଲ ଶୁଭାଯାତ୍ରା କରାଯାଇଥିଲା । ଅମର ଆତ୍ମାର ସଦଗତି ଲାଗି ପ୍ରାର୍ଥନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଆଶିଷ ପରିଡା, ଜୟକୃଷ୍ଣ ପରିଡା, ଶ୍ୟାମଳ ଲେଙ୍କା, ବିଶ୍ୱମ୍ବର ନାୟକ, ଅମର ନାୟକ, ହେମନ୍ତ ସେଠି, ମୁକ୍ତିକାନ୍ତ ପରିଡା,ବସନ୍ତ ସ୍ୱାଇଁ, ମହେଶ୍ୱର ପରିଡା,ପୀତବାସ ନାୟକ, ଜ୍ୟୋତି ସ୍ୱାଇଁ, ଚନ୍ଦ୍ରମଣି ନାୟକ ‘ସମ୍ବାଦ’ର ନଳାଙ୍ଗ ପ୍ରତିନିଧି ଅଭିଷେକ ନାୟକ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର