ମେଡିକାଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବହୁଜନ ସମାଜ ପାର୍ଟି ତରଫରୁ ମହମବତୀ ଶୋଭାଯାତ୍ରା

ବଲାଙ୍ଗୀର: ଚଳିତ ମାସ ୬ ତାରିଖ ରାତିରେ ବଲାଙ୍ଗୀର ସହରରେ ଥିବା ଭୀମ ଭୋଇ ମେଡ଼ିକାଲ କଲେଜର ଜଣେ ଛାତ୍ରୀଙ୍କ ସଂନ୍ଦେହଜନକ ମୃତ୍ୟୁକୁ ଆଜି ୬ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ବଲାଙ୍ଗୀରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଆଜି ବହୁଜନ ସମାଜ ବାଦୀ ପାର୍ଟି (ବିଏସ୍‌ପି) ତରଫରୁ ହାତରେ ମହମବତୀ ଧରି ସହରରେ ଶୋଭାଯାତ୍ରା ପ୍ରଦର୍ଶନ କରି ପ୍ରତିବାଦ ଜଣାଇଥିଲେ। ଅନ୍ୟପଟେ ଆଗାମୀ ଦିନରେ ଯଦି ପୁଲିସ ଉକ୍ତ ଘଟଣାର ଯଥାଶୀଘ୍ର ପର୍ଦାଫାସ ନ କରେ ତେବେ ବହୁଜନ ସମାଜ ବାଦୀ ପାର୍ଟି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛି।

ସମ୍ବନ୍ଧିତ ଖବର