ରାଉରକେଲା: ରସୁଆଁ ଦମାଳୁ ଗ୍ରାମରେ କ୍ୱାକ ଠାରୁ ଔଷଧ ଖାଇବା ପରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ, ଅନ୍ୟ ଜଣେ ଶିଶୁ ଓ ମା ଅସୁସ୍ଥ ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ, ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
/sambad/media/post_attachments/wp-content/uploads/2021/09/636a2443-871f-4275-858d-002a591b0da3-1-1024x473.jpg)
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଟିମ୍ ଦମାଳୁ ଗ୍ରାମରେ ପହଞ୍ଚିଛି। ସେହିପରି ଏକ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚିଛନ୍ତି। ଏହି ଟିମ୍ ସାତଦିନ ଧରି ଗ୍ରାମରେ ରହି ଗ୍ରାମବାସୀଙ୍କ ରକ୍ତପରୀଷା, ଡେଙ୍ଗୁ, କୋଭିଡ ଓ ମ୍ୟାଲେରିଆ ପରୀଷା କରିବେ। ଔଷଧ ଦେଇଥିବା କ୍ୱାକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଜଣା ଜ୍ୱରରେ ଗୋଟିଏ ପରିବାରର ୪ ଜଣ ଆକ୍ରାନ୍ତ ହୋଇ ଗୁଣି ଗାରେଡ଼ିର ଆଶ୍ରୟ ନେବା ସହ ଜଣେ କ୍ୱାକଙ୍କ ନିକଟରୁ ଔଷଧ ଖାଇଥିବା ଅଭିଯୋଗ ହୋଇଛି। ଅସୁସ୍ଥ ମା’ ଓ ଦୁଇ ବର୍ଷର ଶିଶୁପୁତ୍ରକୁ ଚିକିତ୍ସା କରାଯାଉଛି। ଶିଶୁକନ୍ୟା ଆଶ୍ରିତା ତୁରୀଙ୍କ ମୃତଦେହ ଆଜି ବ୍ୟବଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/950f85db-8e32-4db4-b7c4-32992e941dc7.jpg)